Advertisment

ଅଡ଼ୁଆରେ ଇମ୍ରାନ୍‌ ଖାନ୍‌, ଭଉଣୀଙ୍କ ନାଁରେ ଦୁବାଇରେ ରହିଛି ବେନାମୀ ସମ୍ପତ୍ତି!

ଇସ୍‌ଲାମାବାଦ: ନୂଆ ପାକିସ୍ତାନ ତଥା ଦୁର୍ନୀତିମୁକ୍ତ ପାକିସ୍ତାନର ନାରା ଦେଇ କ୍ରିକେଟରରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କ ଅଡ଼ୁଆ ବଢ଼ିବା ଆରମ୍ଭ ହୋଇଛି। ସର୍ବଦା ଭ୍ରଷ୍ଟାଚାର ଓ ବେନାମୀ ସମ୍ପତ୍ତି ବିରୋଧରେ ସ୍ୱର ଉଠାଇ ଆସିଥିବା ଇମ୍ରାନ୍‌ ନିଜ ଭଉଣୀଙ୍କ ନାଁରେ ଦୁବାଇରେ ଥିବା ବେନାମୀ ସମ୍ପତ୍ତିକୁ ନେଇ ଅଠାକାଠିରେ ପଡ଼ିଛନ୍ତି। ଆଜି ପାକ ଫେଡରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ପାକିସ୍ତାନ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କିଛି ସରକାରୀ ଅଫିସର ଓ ପ୍ରଧାନମନ୍ତ୍ରୀ […]

ଅଡ଼ୁଆରେ ଇମ୍ରାନ୍‌ ଖାନ୍‌, ଭଉଣୀଙ୍କ ନାଁରେ ଦୁବାଇରେ ରହିଛି ବେନାମୀ ସମ୍ପତ୍ତି!

f

Advertisment

ଇସ୍‌ଲାମାବାଦ: ନୂଆ ପାକିସ୍ତାନ ତଥା ଦୁର୍ନୀତିମୁକ୍ତ ପାକିସ୍ତାନର ନାରା ଦେଇ କ୍ରିକେଟରରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ଇମ୍ରାନ୍‌ ଖାନ୍‌ଙ୍କ ଅଡ଼ୁଆ ବଢ଼ିବା ଆରମ୍ଭ ହୋଇଛି। ସର୍ବଦା ଭ୍ରଷ୍ଟାଚାର ଓ ବେନାମୀ ସମ୍ପତ୍ତି ବିରୋଧରେ ସ୍ୱର ଉଠାଇ ଆସିଥିବା ଇମ୍ରାନ୍‌ ନିଜ ଭଉଣୀଙ୍କ ନାଁରେ ଦୁବାଇରେ ଥିବା ବେନାମୀ ସମ୍ପତ୍ତିକୁ ନେଇ ଅଠାକାଠିରେ ପଡ଼ିଛନ୍ତି।

Advertisment

ଆଜି ପାକ ଫେଡରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି ପାକିସ୍ତାନ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛି। ଯେଉଁଥିରେ କିଛି ସରକାରୀ ଅଫିସର ଓ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଭଉଣୀ ଅଲୀମା ଖାନୁମ ଦୁବାଇରେ ଏକାଧିକ ବେନାମୀ ସମ୍ପତ୍ତି ରଖିଥିବା କୁହାଯାଇଛି।

ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ଇମ୍ରାନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ରିପୋର୍ଟ ଅନୁଯାୟୀ, କ୍ଷମତାସୀନ ପାକିସ୍ତାନ ତେହରିକ୍‌-ଇ-ଇନ୍‌ସାଫ୍‌(ପିଟିଆଇ) ନେତା ମୁମ୍ମତାଜ ଅହମଦ ମୁସଲିମଙ୍କ ନାଁରେ ସର୍ବାଧିକ ୧୬ଟି ବେନାମୀ ସମ୍ପତ୍ତି ଥିବା ବେଳେ ପୂର୍ବତନ ପିପିପି ମନ୍ତ୍ରୀ ଅମୀନ୍‌ ଫମେହଙ୍କ ପତ୍ନୀ ରିଜୱାନ୍‌ ଅମୀନଙ୍କ ନାଁରେ ୪ଟି ବେନାମୀ ସମ୍ପତ୍ତି ରହିଛି। ସେହିପରି ପିଏମ୍‌ଏଲ୍‌ଏନ୍‌ର ସାଂସଦ ଅନୱର ବାଗିଙ୍କ ପତ୍ନୀ ଏକ ଆପାର୍ଟମେଣ୍ଟର ମାଲିକ ଥିବା ରିପୋର୍ଟରେ କୁହାଯାଇଛି। ଏମାନଙ୍କ ବ୍ୟତୀତ ଏକାଧିକ ରାଜନେତାଙ୍କ ନାଁ ଏହି ତାଲିକାରେ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe