Advertisment

ଭାରତ ସହ ପାକିସ୍ତାନ ଶାନ୍ତି ଚାହେଁ: ପାକ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ସହ ଶାନ୍ତି ଚାହେଁ, ସେମାନେ ସ୍ଵାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବା ଦରକାର ବୋଲି ପାକିସ୍ତାନ ରାଷ୍ଟ୍ରପତି ଅରିଫ ଅଲଭି ପାକ ଗଣତନ୍ତ୍ର ଦିବସ ପାଳନ ଅବସରରେ କହିଛନ୍ତି। ଆମେ ଯୁଦ୍ଧ ନୁହେଁ, ଭାରତ ସହ ଥିବା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ ଏବଂ ଆଲୋଚନା ମାଧ୍ୟମରେ ଏ ସବୁ ସମାଧାନ ହେବା ଉଚିତ ବୋଲି ପାକିସ୍ତାନ ରାଷ୍ଟ୍ରପତି କହିଛନ୍ତି। ତେବେ ଏହି ଅବସରରେ ଅରିଫ ଅଲଭି କହିଛନ୍ତି ପୁଲୱାମାରେ […]

author-image
Subhransu Sekhar
ଭାରତ ସହ ପାକିସ୍ତାନ ଶାନ୍ତି ଚାହେଁ: ପାକ୍ ରାଷ୍ଟ୍ରପତି

PAK PRESIDENT

ନୂଆଦିଲ୍ଲୀ: ପାକିସ୍ତାନ ଭାରତ ସହ ଶାନ୍ତି ଚାହେଁ, ସେମାନେ ସ୍ଵାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦେବା ଦରକାର ବୋଲି ପାକିସ୍ତାନ ରାଷ୍ଟ୍ରପତି ଅରିଫ ଅଲଭି ପାକ ଗଣତନ୍ତ୍ର ଦିବସ ପାଳନ ଅବସରରେ କହିଛନ୍ତି।

Advertisment

ଆମେ ଯୁଦ୍ଧ ନୁହେଁ, ଭାରତ ସହ ଥିବା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ ଏବଂ ଆଲୋଚନା ମାଧ୍ୟମରେ ଏ ସବୁ ସମାଧାନ ହେବା ଉଚିତ ବୋଲି ପାକିସ୍ତାନ ରାଷ୍ଟ୍ରପତି କହିଛନ୍ତି।

ତେବେ ଏହି ଅବସରରେ ଅରିଫ ଅଲଭି କହିଛନ୍ତି ପୁଲୱାମାରେ ହୋଇଥିବା ଆତ୍ମଘାତୀ ବିସ୍ପୋରଣ ପଛରେ ପାକିସ୍ତାନର ହାତ ଥିବା ନେଇ ଭାରତ ବିନା ପ୍ରମାଣରେ ଆମକୁ ଦାୟୀ କରିଛି। ପାକିସ୍ତାନ ଶାନ୍ତି ଚାହୁଁଥିବା ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ପ୍ୟାରେଡରୁ ଜଣାପଡ଼ୁଛି ବୋଲି କହି ସେ ଭାରତକୁ ପରୋକ୍ଷରେ କଟାକ୍ଷ କରିଛନ୍ତି।

Advertisment

ପାକିସ୍ତାନର ଗଣତନ୍ତ୍ର ଦିବସ ଅବସରରେ ଆୟୋଜିତ ସମାବେଶରେ ମ୍ୟାଲେସିଆର ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଓ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ତେବେ ଟ୍ଵିଟରରେ ଇମ୍ରାନ ଖାନ କହିଛନ୍ତି ଗଣତନ୍ତ୍ର ଦିବସ ଅବସରରେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପାଇଛନ୍ତି। ଯେଉଁଥିରେ ସେ ଶାନ୍ତି ଓ ଦ୍ବିପାକ୍ଷିକ ସମର୍ଥନ କଥା ଉଲ୍ଲେଖ କରିଛନ୍ତି। ତେବେ ସେଥିପାଇଁ ଏହା ହେଉଛି ଉଚିଚ ସମୟ, ଯେତେବେଳେ ଉଭୟ ଦେଶ ଆଲୋଚନା ଜରିଆରେ ବିବାଦର ସମାଧାନ କରିବା ଦରକାର ବୋଲି ଇମ୍ରାନ କହିଛନ୍ତି।