Advertisment

ପାକିସ୍ତାନ ହେବ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର!

ୱାଶିଂଟନ୍‌: ପାକିସ୍ତାନ ନିଜକୁ ବିଶ୍ୱର ଶକ୍ତିଶାଳୀ ପରମାଣୁ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ଏବେ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ପାକିସ୍ତାନ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବାର ଆଶଙ୍କା ରହିଥିବା ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ସର୍ଭେ କରୁଥିବା ଜଣେ ବ୍ରିଟିଶ ଲେଖକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।  ରିପୋର୍ଟ ଅନୁଯାୟୀ, ଏବେ ପାକିସ୍ତାନ ପାଖରେ ୧୪୦ରୁ ୧୫୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଦିଗରେ ଅହରହ […]

ଅଦ୍ୟତନ ହୋଇଛି
ପାକିସ୍ତାନ ହେବ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର!

as

Advertisment
ୱାଶିଂଟନ୍‌: ପାକିସ୍ତାନ ନିଜକୁ ବିଶ୍ୱର ଶକ୍ତିଶାଳୀ ପରମାଣୁ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ଏବେ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ପାକିସ୍ତାନ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରରେ ପରିଣତ ହେବାର ଆଶଙ୍କା ରହିଥିବା ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ସର୍ଭେ କରୁଥିବା ଜଣେ ବ୍ରିଟିଶ ଲେଖକ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। 
Advertisment
ରିପୋର୍ଟ ଅନୁଯାୟୀ, ଏବେ ପାକିସ୍ତାନ ପାଖରେ ୧୪୦ରୁ ୧୫୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି। ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଦିଗରେ ଅହରହ କାର୍ଯ୍ୟ କରୁଥିବାରୁ ୨୦୨୫ ସୁଦ୍ଧା ଏହା ୨୨୦ରୁ ୨୫୦ରେ ପହଞ୍ଚିଯିବ। ଏପରି ହେଲେ ପାକିସ୍ତାନ ବିଶ୍ୱର ୫ମ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ରର ମାନ୍ୟତା ପାଇବ।
୧୯୯୯ରେ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଆକଳନ ଅନୁଯାୟୀ ୨୦୨୦ ସୁଦ୍ଧା ପାକିସ୍ତାନ ପାଖରେ ୬୦ରୁ ୮୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଥିବା କଥା। କିନ୍ତୁ ଏହି ଆକଳନ ଭୁଲ ପ୍ରମାଣିତ ହୋଇଛି। ୨୦୧୮ ସୁଦ୍ଧା ପାକିସ୍ତାନର ପରମାଣୁ ଯୁଦ୍ଧାସ୍ତ୍ରର ପରିମାଣ ୧୪୦ରୁ ୧୫୦ ରହିଛି।
ତେଣୁ ପାକିସ୍ତାନର ଏଭଳି ପରମାଣୁ ଯୁଦ୍ଧାସ୍ତ୍ରର ସଂଖ୍ୟାବୃଦ୍ଧି ଭାରତକୁ ନିଶ୍ଚିତ ଚିନ୍ତାରେ ପକାଇବ ବୋଲି କୁହାଯାଉଛି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe