Advertisment

ଉତ୍ତମ ସମ୍ପର୍କ ପାଇଁ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରୁ: ବି.କେ. ସିଂ

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ବାୟୁସେନା ଘାଟିରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ମିଳିବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ବିକେ.ସିଂ ରବିବାର କହିଛନ୍ତି ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଅଙ୍କୁଶ ନ ଲଗାଇବା ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇ ପାରିବ ନାହିଁ। ପାକିସ୍ତାନରେ ଥିବା ଆତଙ୍କବାଦୀମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ହେଉ ବୋଲି ଚାହୁଁ ନାହାନ୍ତି। ତେଣୁ ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ଉପରେ ଲଗାମ […]

ଅଦ୍ୟତନ ହୋଇଛି
ଉତ୍ତମ ସମ୍ପର୍କ ପାଇଁ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରୁ: ବି.କେ. ସିଂ

maxresdefault

Advertisment

ନୂଆଦିଲ୍ଲୀ: ପଞ୍ଜାବର ପଠାନକୋଟ ବାୟୁସେନା ଘାଟିରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ବିଭିନ୍ନ ସ୍ତରରୁ ପ୍ରତିକ୍ରିୟା ମିଳିବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସେନା ମୁଖ୍ୟ ବିକେ.ସିଂ ରବିବାର କହିଛନ୍ତି ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଅଙ୍କୁଶ ନ ଲଗାଇବା ପର୍ଯ୍ୟନ୍ତ ଦୁଇଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇ ପାରିବ ନାହିଁ।

Advertisment

ପାକିସ୍ତାନରେ ଥିବା ଆତଙ୍କବାଦୀମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ହେଉ ବୋଲି ଚାହୁଁ ନାହାନ୍ତି। ତେଣୁ ପାକିସ୍ତାନ ସରକାର ଆତଙ୍କବାଦୀଙ୍କ ଉପରେ ଲଗାମ ଲଗାଇବା ଆବଶ୍ୟକ।

ବି.କେ. ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଲାହୋର ଯାତ୍ରା କରିବା ପରେ ଆଶା କରାଯାଉଥିଲା ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ଼ ହେବ। ହେଲେ ପାକିସ୍ତାନରେ ସେପରି କିଛି ଦେଖିବାକୁ ମିଳୁନାହିଁ। ଗୋଟିଏ ପଟେ ସରକାର ଥିବା ବେଳେ ଅନ୍ୟ ପଟେ ରହିଛନ୍ତି ସୁରକ୍ଷା ବାହିନୀ, ଆଇଏସଆଇଏସ ଓ ଆତଙ୍କବାଦୀ ସଂଗଠନ । ସମସ୍ତେ ନିଜ ଇଚ୍ଛାରେ କାମ କରୁଛନ୍ତି। ଆତଙ୍କବାଦୀମାନେ ଏଠାରେ ରହି ଗୁପ୍ତ ଭାବେ ଅର୍ଥ ଆଦାୟ କରିବା ଆତଙ୍କ ଖେଳାଇବା ସହ ଆରାମ କରୁଛନ୍ତି।

Advertisment

ଆସନ୍ତା ୧୪ରୁ୧୫ରେ ପାକିସ୍ତାନ ସହ ହେବାବୁ ଥିବା ବୈଦେଶିକ ସଚିବ ସ୍ତରୀୟ ଆଲୋଚନାରେ ଆତଙ୍କବାଦୀ ସଙ୍ଗଠନ ଉପରେ ଲଗାମ୍ ଲଗାଇବାକୁ କୁହାଯିବ ବୋଲି ସିଂ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe