/odisha-reporter/media/post_attachments/uploads/2020/08/yu.jpg)
yu
ଇସଲାମାବାଦ: ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇ ପାକିସ୍ତାନରେ ଫାଶୀ ଦଣ୍ଡ ପାଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ପାଇଁ ୩ ଜଣ ବରିଷ୍ଠ ଓକିଲଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତି ଦିଆଯାଇଛି।
Advertisment
ଇସଲାମାବାଦ ହାଇକୋର୍ଟ ଏଭଳି ନିଯୁକ୍ତି ପ୍ରଦାନ କରିଛନ୍ତି। କୋର୍ଟ କହିଛନ୍ତି, କୁଲଭୂଷଣ ଯାଦବ ମାମଲାରେ ଭାରତକୁ ଓକିଲ ନିଯୁକ୍ତ କରିବାର ଅଧିକାର ଦିଆଯାଇଛି। ପାକିସ୍ତାନରେ କର୍ଯ୍ୟରତ ଓକିଲଙ୍କୁ ଭାରତ ଭଡ଼ାରେ ନେଇ ମାମଲାର ପରିଚାଳନା କରିପାରିବ।
ଏହାବାଦ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଅବିଦ ହାସନ ମଣ୍ଟୋ, ହମିଦ ଖାନ ଓ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମଖଦୁମ ଅଲୀ ଖାନଙ୍କୁ ଆମିକସ କ୍ୟରି ଭାବେ ନିଯୁକ୍ତ କରାଯାଉଛି। ଏମାନେ କୁଳଭୂଷଣ ମାମଲାରେ କୋର୍ଟଙ୍କୁ ସହଯୋଗ କରିବେ।
Advertisment
ସେହିପରି ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ ଦେଇଥିବା ନିର୍ଦ୍ଦେଶକୁ ଠିକ ଭାବେ କାର୍ଯ୍ୟକାରୀ କରିବା ଦାୟିତ୍ୱ ଆମିକସ କ୍ୟୁରିଙ୍କ ବୋଲି କୋର୍ଟ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
