Advertisment

ପାକରେ ବିମାନ ଉଡ଼ାଉଥିଲେ ନକଲି ପାଇଲଟ

ଇସଲାମାବାଦ: ପାକିସ୍ତାନର ଏକ ତୃତୀୟାଂଶ ପାଇଲଟ ନକଲି। ଅର୍ଥାତ୍ ବିମାନ ଚଳାଇବା ପାଇଁ ଏମାନଙ୍କ ପାଖରେ ନାହିଁ ଆବଶ୍ୟକ ଦକ୍ଷତା। ବିମାନ ଚାଳକ ନିଯୁକ୍ତି ପ୍ରକ୍ରିୟାରେ ଜାଲ୍ କାଗଜପତ୍ର ଓ ବିଭିନ୍ନ ବେଆଇନ୍ ପ୍ରକ୍ରିୟାରେ ସାମିଲ୍ ହୋଇ ଏକ ତୃତୀୟାଂଶ ପାଇଲଟ ଲାଇସେନ୍ସ ପାଇଛନ୍ତି। ଏବେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ମୋଟ୍ ୪୩୪ ପାଇଲଟଙ୍କ ମଧ୍ୟରୁ ୧୪୧ ର ଲାଇସେନ୍ସ ବାତିଲ କରିବ ବୋଲି ଜଣାପଡ଼ିଛି। ଗତମାସରେ ପାକିସ୍ତାନରେ ବିମାନ ଦୁର୍ଘଟଣାର କାରଣ ମନୁଷ୍ୟକୃତ ଥିଲା ବୋଲି […]

ଅଦ୍ୟତନ ହୋଇଛି
ପାକରେ ବିମାନ ଉଡ଼ାଉଥିଲେ ନକଲି ପାଇଲଟ

Pakistan International Airlines

Advertisment

ଇସଲାମାବାଦ: ପାକିସ୍ତାନର ଏକ ତୃତୀୟାଂଶ ପାଇଲଟ ନକଲି। ଅର୍ଥାତ୍ ବିମାନ ଚଳାଇବା ପାଇଁ ଏମାନଙ୍କ ପାଖରେ ନାହିଁ ଆବଶ୍ୟକ ଦକ୍ଷତା। ବିମାନ ଚାଳକ ନିଯୁକ୍ତି ପ୍ରକ୍ରିୟାରେ ଜାଲ୍ କାଗଜପତ୍ର ଓ ବିଭିନ୍ନ ବେଆଇନ୍ ପ୍ରକ୍ରିୟାରେ ସାମିଲ୍ ହୋଇ ଏକ ତୃତୀୟାଂଶ ପାଇଲଟ ଲାଇସେନ୍ସ ପାଇଛନ୍ତି। ଏବେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ମୋଟ୍ ୪୩୪ ପାଇଲଟଙ୍କ ମଧ୍ୟରୁ ୧୪୧ ର ଲାଇସେନ୍ସ ବାତିଲ କରିବ ବୋଲି ଜଣାପଡ଼ିଛି।

Advertisment

ଗତମାସରେ ପାକିସ୍ତାନରେ ବିମାନ ଦୁର୍ଘଟଣାର କାରଣ ମନୁଷ୍ୟକୃତ ଥିଲା ବୋଲି ଚଳିତ ମାସରେ ତଦନ୍ତ ରିପୋର୍ଟ ଆସିଥିଲା। ଏହାପରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଏହି ପଦକ୍ଷେପ ନେଇଛି। ପିଆଇଏ ମୁଖପାତ୍ର କହିଛନ୍ତି, ୮୬୦ ପାଇଲଟଙ୍କ ମଧ୍ୟରୁ ୨୬୨ ଟି ଲାଇସେନ୍ସ ନକଲି।

ପାକିସ୍ତାନର ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରଭର ଖାନ ମଧ୍ୟ ସଂସଦରେ କହିଛନ୍ତି, ପାଇଲଟ ଲାଇସେନ୍ସର ୪୦ ପ୍ରତିଶତ ନକଲି। ନକଲି ଲାଇସେନ୍ସ ଥିବା ପାଇଲଟଙ୍କୁ ବିମାନ ଉଡ଼ାଣ ନକରିବାକୁ ଘରୋଇ ବିମାନ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଇଲଟମାନଙ୍କୁ ନକଲି ଲାଇସେନ୍ସ ପ୍ରଦାନ ଅଭିଯୋଗରେ ପାଞ୍ଚ ଜଣଙ୍କୁ ବହିଷ୍କାର କରିଛନ୍ତି ପାକିସ୍ତାନ ସରକାର।

Advertisment

ସୂଚନାଯୋଗ୍ୟ, ଗତମାସରେ ଏକ ପିଆଇଏର ଏକ ବିମାନ ଅବତରଣ କରିବା ପୂର୍ବରୁ ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନ ଦୁର୍ଘଟଣାରେ ୯୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଜୀବିତ ଥିଲେ। ବିମାନ ଦୁର୍ଘଟଣାର କାରଣ ପାଇଲଟ ଅନ୍ୟମନସ୍କ ହେବା ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe