Advertisment

ମୋଦିଙ୍କ ହୁଙ୍କାରରେ ଇମ୍ରାନ୍‌ ଛାନିଆ

ଇସଲାମାବାଦ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ବିଶ୍ୱସ୍ତରରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ପାକିସ୍ତାନ ମନରେ ଛାନିଆ ସୃଷ୍ଟି କରିଛି। ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଚଲାଇଥିବା ଯୋଜନା ପାକିସ୍ତାନକୁ ବେହାଲ କରିବାକୁ ଲାଗିଛି। ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ମୋଦି ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବାସହ ପ୍ରତିଶୋଧର ସମୟ ଓ ସ୍ଥାନ ସେନା ବାଛିବ ବୋଲି କହିଛନ୍ତି। ଭାରତର ଏପରି ଦବ୍‌ଦବା ଓ […]

ଅଦ୍ୟତନ ହୋଇଛି
ମୋଦିଙ୍କ ହୁଙ୍କାରରେ ଇମ୍ରାନ୍‌ ଛାନିଆ

pakistan

Advertisment

ଇସଲାମାବାଦ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ବିଶ୍ୱସ୍ତରରେ ଆକ୍ରୋଶ ଦେଖିବାକୁ ମିଳିଛି। ଏହାସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ପାକିସ୍ତାନ ମନରେ ଛାନିଆ ସୃଷ୍ଟି କରିଛି। ବିଶ୍ୱସ୍ତରରେ ଏକ ଘରିକିଆ କରିବାକୁ ଭାରତ ଚଲାଇଥିବା ଯୋଜନା ପାକିସ୍ତାନକୁ ବେହାଲ କରିବାକୁ ଲାଗିଛି। ପୁଲୱାମା ଆକ୍ରମଣର ପ୍ରତିଶୋଧ ନେବାକୁ ମୋଦି ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେବାସହ ପ୍ରତିଶୋଧର ସମୟ ଓ ସ୍ଥାନ ସେନା ବାଛିବ ବୋଲି କହିଛନ୍ତି।

Advertisment

ଭାରତର ଏପରି ଦବ୍‌ଦବା ଓ ନରେନ୍ଦ୍ର ମୋଦିଙ୍କୁ ହୁଙ୍କାର କେବଳ ପାକିସ୍ତାନ ନାଗରିକ ନୁହଁନ୍ତି, ଖୋଦ ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମନରେ ଭୟ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି। କାରଣ ପୁଲୱାମା ଆକ୍ରମଣରେ ପାକିସ୍ତାନର ହାତ ନଥିବା କହୁଥିବା ଇମ୍ରାନ୍‌, ‘ଶାନ୍ତି ପାଇଁ ଗୋଟିଏ ସୁଯୋଗ’ ଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ଆମ ଉପରେ ବିଶ୍ୱାସ ରଖ, ନିଜ କଥା ଉପରେ ଅଟଳ ରହିବ। ଭାରତ ଯଦି ପାକିସ୍ତାନକୁ ପୁଲୱାମା ଆକ୍ରମଣ ପାଇଁ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ସୂଚନା ଦେବ, ଏହା ଉପରେ ତତ୍‌କାଳୀନ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶାନ୍ତି ଫେରାଇ ଆଣିବାକୁ ଆମକୁ ଗୋଟିଏ ସୁଯୋଗ ଦିଆଯାଉ।”

Advertisment

ରାଜସ୍ଥାନରେ ଏକ ନଜ ସଭାରେ ମୋଦିଙ୍କ ଉଦ୍‌ବୋଧନ ପରେ ଇମରାନ୍‌ ଏପରି ମନ୍ତବ୍ୟ ଦେଇଛନ୍ତି। ଉକ୍ ସଭାରେ ମୋଦି କହିଥିଲେ, “ଆତଙ୍କବାଦ ବିରୋଧରେ ପୂରା ବିଶ୍ୱର ଗୋଟିଏ ମତ। ଆତଙ୍କବାଦ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଦଣ୍ଡିତ କରିବା ଦିଗରେ ଆମେ ଦ୍ରୁତଗତିରେ ଆଗେଇ ଚାଲିଛୁ। ଏଥର ବରାବର ହିସାବ କରିବୁ।”

ସେ ଆହୁରି କହିଥିଲେ, “ଏ ହେଉଛି ବଦଳୁ ଥିବା ଭାରତ। ଏପରି ଆତଙ୍କୀ ଅକାମଣକୁ ବରଦାସ୍ତ କରିବ ନାହିଁ। ଆତଙ୍କବାଦକୁ କେମିତି ସମାପ୍ତ କରାଯିବ, ତାହା ଆମକୁ ଜଣାଅଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe