Advertisment

ଏଣିକି ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, ଲାଗୁ ହେଲା ଅଧ୍ୟାଦେଶ

ଇସଲାମାବାଦ: ମହିଳା ବିରୋଧୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡକୁ ରୋକିବା ପାଇଁ ଅନେକ କଡ଼ା ଆଇନ ପ୍ରଣୟନ କରାଯାଇଛି। କିଛି ଦେଶରେ ଦୁଷ୍କର୍ମକାରୀଙ୍କୁ ଗୁଳି କରି ଦିଆଯାଉଛି ତ ଆଉ କିଛି ସ୍ଥାନରେ ସେମାନଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଉଛି। ଏହିକ୍ରମରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ପାକିସ୍ତାନ ସରକାର ଅଣ୍ଟାଭିଡ଼ିଛନ୍ତି। ଏଣିକି ପାକିସ୍ତାନରେ ଦୁଷ୍କର୍ମକରି ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କୁ ନପୁଂସକ କରାଯିବ। ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ […]

author-image
Hemant Lenka
ଏଣିକି ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, ଲାଗୁ ହେଲା ଅଧ୍ୟାଦେଶ

gd

ଇସଲାମାବାଦ: ମହିଳା ବିରୋଧୀ ନିର୍ଯାତନା ଓ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡକୁ ରୋକିବା ପାଇଁ ଅନେକ କଡ଼ା ଆଇନ ପ୍ରଣୟନ କରାଯାଇଛି। କିଛି ଦେଶରେ ଦୁଷ୍କର୍ମକାରୀଙ୍କୁ ଗୁଳି କରି ଦିଆଯାଉଛି ତ ଆଉ କିଛି ସ୍ଥାନରେ ସେମାନଙ୍କ ଗୁପ୍ତାଙ୍ଗକୁ କାଟି ଦିଆଯାଉଛି। ଏହିକ୍ରମରେ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ କରିବାକୁ ପାକିସ୍ତାନ ସରକାର ଅଣ୍ଟାଭିଡ଼ିଛନ୍ତି। ଏଣିକି ପାକିସ୍ତାନରେ ଦୁଷ୍କର୍ମକରି ଦୋଷୀ ସାବ୍ୟସ୍ତ ହେଉଥିବା ଲୋକଙ୍କୁ ନପୁଂସକ କରାଯିବ। ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ଉପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମୋହର ମାରିଛନ୍ତି।

Advertisment

ନୂଆ ଆଇନ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହେବ, ତା’ହେଲେ ତା’କୁ ସର୍ଜରୀ କିମ୍ବା କେମିକାଲ ଦ୍ୱାରା ନପୁଂସକ କରିଦିଆଯିବ। ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ପାକିସ୍ତାନରେ ଫେଡରାଲ କ୍ୟାବିନେଟ ମିଟିଂ ବସିଥିଲା। ବୈଠକରେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଆଣ୍ଟି-ରେପ ଅଧ୍ୟାଦେଶ ଆଗତ କରାଯାଇଥିଲା। ଅଧ୍ୟାଦେଶ ଉପରେ ଆଲୋଚନା କରାଯିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ ସବୁଜ ସଙ୍କେତ ଦେଇଛନ୍ତି।

ଅଧ୍ୟାଦେଶରେ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ପାଷ୍ଟଟ୍ରାକ ଉପାୟରେ ଦୁଷ୍କର୍ମ ମାମଲାର ବିଚାର କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଦୁଷ୍କର୍ମ ପୀଡ଼ିତା ବିନା ଭୟରେ ତାଙ୍କ ସହ ହୋଇଥିବା ଜଘନ୍ୟକାଣ୍ଡ ସମ୍ପର୍କରେ ଅଭିଯୋଗ କରିପାରିବେ। ସେମାନଙ୍କ ସୁରକ୍ଷା ଦାୟିତ୍ୱ ସରକାର ନିଜେ ନେବେ ଓ ସେମାନଙ୍କ ପରିଚୟକୁ ସଂପୂର୍ଣ୍ଣ ଭାବେ ଗୋପନ ରଖାଯିବ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈଠକ ବେଳେ କିଛି ମନ୍ତ୍ରୀ ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ତେବେ ପ୍ରଧାନମନ୍ତ୍ରୀ ନଂପୁସକରୁ କାମ ଆରମ୍ଭ ହେଉ ବୋଲି ମତ ଦେଇଥିଲେ। କ୍ୟାବିନେଟ୍‌ରେ ନପୁଂସକ ପ୍ରସ୍ତାବ ପାରିତ ହୋଇଥିବାରୁ ଏହାକୁ ଖୁବଶୀଘ୍ର ସଂସଦରେ ଉପସ୍ଥାପନ କରି ଆଇନରେ ପରିଣତ କରାଯିବ।

ପାକିସ୍ତାନ ପ୍ରଥମ ଦେଶ ଭାବେ ଏଭଳି କଠୋର ଦଣ୍ଡବିଧାନ କରି ନାହିଁ। ଏହା ପୂର୍ବରୁ ଅନେକ ଏମିତି ଦେଶ ରହିଛନ୍ତି, ଯେଉଁଠାରେ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦିଆଯାଇ ଥାଏ।

ଉତ୍ତର କୋରିଆରେ ଦୁଷ୍କର୍ମକାରୀଙ୍କୁ ସର୍ବସମ୍ମୁଖରେ ମୁଣ୍ଡକୁ ଗୁଳି କରି ହତ୍ୟା କରାଯିବାର ଆଇନ ରହିଛି। ସେହିପରି ସାଉଦି ଆରବରେ ସବୁଠାରୁ କଡ଼ା ଆଇନ ଲାଗୁ କରାଯାଇଛି। ଏଠାରେ ପ୍ରଚଳିତ ଇସଲାମିକ ଆଇନ ସରିୟା ଅନୁସାରେ ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦିଆଯାଇଥାଏ।

ଯଦି ଏଠାରେ କେହି କୌଣସି ଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୁଏ, ତା’ହେଲେ ତା’କୁ ଫାଶୀ ଠାରୁ ଆରମ୍ଭ କରି ମୁଣ୍ଡ କାଟ ଓ ଗୁପ୍ତାଙ୍ଗ କାଟିବାର ଦଣ୍ଡ ଦିଆଯାଏ। ପୋଲାଣ୍ଡରେ ବି ଦୁଷ୍କର୍ମକାରୀକୁ ନୁପୁଂସକ କରିବାର ବ୍ୟବସ୍ଥା ରହିଛି। ଇରାକରେ କେହି ଦୁଷ୍କର୍ମ କଲେ, ତା’କୁ ସର୍ବସମ୍ମୁଖରେ ଟାଙ୍ଗି ଦିଆଯାଏ। ଏହାପରେ ଲୋକମାନେ ତା’କୁ ପଥର ମାରିମାରି ହତ୍ୟା କରନ୍ତି।