sadasdf
ନୂଆଦିଲ୍ଲୀ: କର୍ତ୍ତାରପୁର କରିଡରକୁ ନେଇ ଭାରତ ପାକସ୍ତାନ ମଧ୍ଯରେ ବସିଥିବା ଦ୍ବିପାକ୍ଷିକ ବୈଠକରେ ପାକିସ୍ତାନର ଦୋମୁହାଁ ନୀତି ଧରାପଡ଼ିଛି। ବୈଠକରେ ପାକିସ୍ତାନ ପକ୍ଷରୁ ବିଭିନ୍ନ କଟକଣା ଜାରି ନେଇ ପ୍ରସ୍ତାବ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ରହିଛି। ଏମିତିକି ଶିଖ୍ ଧର୍ମାବଲମ୍ବୀଙ୍କୁ ମାଗଣା ଦର୍ଶନ ଲାଗି ସୁଯୋଗ ଦିଆଯିବ ନାହିଁ ବୋଲି ପାକିସ୍ତାନ ଚିନ୍ତା କରୁଥିବା ଜଣାପଡ଼ିଛି।
ଯାହାକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଘୋଷଣା କରୁଥିବାର ଓଲଟା ବୋଲି ଜଣାପଡ଼ିଛି। ତେବେ ଏପ୍ରିଲ ୨ ତାରିଖରେ ହେବାକୁ ଥିବା ବୈଠକରେ କର୍ତ୍ତାରପୁର କରିଡ଼ରକୁ ନେଇ ସମସ୍ତ ତଥ୍ଯ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ଯ ଶିଖ ଧର୍ମର ପ୍ରଥମ ଗୁରୁ ନାନକ ଦେବଙ୍କ ୫୫୦ ତମ ଜୟନ୍ତୀ ଅବସରରେ ପାକିସ୍ତାନରେ କର୍ତ୍ତାରପୁର ସାହିବ ଗୁରୁଦ୍ବାରାକୁ ଖୋଲାଯିବ। ଏହି ଅବସରରେ ମାର୍ଚ୍ଚ ୧୪ରେ ଭାରତ ପାକିସ୍ତାନ ମଧ୍ଯରେ ବସିଥିବା ବୈଠକରେ କର୍ତ୍ତାରପୁର ଶିଖ୍ କରିଡରକୁ ଭିସାମୁକ୍ତ ତୀର୍ଥଯାତ୍ରା ପାଇଁ ଦାବି କରିଥିଲା ଭାରତ। ଏମିତିକି ପ୍ରତିଦିନ ୫ ହଜାର ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଯିବେ ବୋଲି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/03/sadasdf.jpeg)