ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ଗତକାଲି ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ଯବାନ ସହିଦ ହେବାର ୧୨ ଘଣ୍ଟା ନପୂରୁଣୁ ପାକିସ୍ତାନ ତା’ ଅସଲ ଚେହେରା ପୁଣି ଥରେ ଦେଖାଇ ଦେଇଛି। ଏହି ଆତଙ୍କୀ ଅକ୍ରମଣକୁ ନେଇ ଭାରତ ଶୋକରେ ଡୁବିଥିବା ବେଳେ ସାରା ବିଶ୍ୱ ଆଶ୍ୱାସନା ଦେବା ସହ ସହଯୋଗର ହାତ ବଢ଼ାଉଛନ୍ତି। ହେଲେ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟି ଥିବା ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା କ୍ୟାମ୍ପ ଉପରକୁ ଗୁଳିଗୋଳା ମାଡ଼ କରିଛି।
ପାକିସ୍ତାନ ସେମା ପୁଞ୍ଛ ସେକ୍ଟରେ ଭାରତୀୟ ସେନା କ୍ୟାମ୍ପ ଉପରେ ଗୁଳିମାଡ଼ କରିଛି। ଏହାର ଦୃଢ଼ ଜବାବ ଭାରତୀୟ ଯବାନମାନେ ଦେଇଛନ୍ତ।
ସୂଚନାଯୋଗ୍ୟ, ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଛନ୍ତି। ୭୮ଟି ଗାଡ଼ିରେ ୨୫ ଶହ ସିଆରପିଏଫ୍ ଯବାନ ଯାଉଥିବା ବେଳେ ପୁଲ୍ୱାମା ନିକଟରେ ବିସ୍ଫୋରକ ଭର୍ତ୍ତି ଏକ ସ୍କର୍ପିଓରେ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଆସି ଆତ୍ମଘାତୀ ବିସ୍ଫୋରଣ କରି ନିଜକୁ ଉଡ଼ାଇ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କମେଡି ପାଇଁ ସୁପାରୀ!
ଖାର ଥାନାର ଏକ ଟିମ୍ କୁନାଲ କମରାଙ୍କ ମୁମ୍ବାଇ ସ୍ଥିତ ବାସଭବନକୁ ଯାଇ ଏକ ସମନ ଦେଇଛନ୍ତି। ଥାନାରେ ହାଜର ହୋଇ ପଚରାଉଚରାର ସମ୍ମୁଖୀନ ହେବାକୁ ତାଙ୍କୁ ସମନ ଦିଆଯାଇଛି।

National
୩୦ ବର୍ଷ ତଳେ କେମିତି ତାଲିବାନ କବଳରୁ ଖସି ଆସିଥିଲେ ଜଣେ ଭାରତୀୟ ମହିଳା?
୧୯୮୮ ମସିହା ଜୁଲାଇ ୨ରେ ଉଭୟ ଗୁପ୍ତ ଭାବେ ବିବାହ କରିଥିଲେ। ବାହାଘର ପରେ ଜାମବାଜ ତାଙ୍କୁ ଆଫଗାନିସ୍ତାନ ନେଇ ଯାଇଥିଲେ।

Politics
କମେଡିଆନ କୁନାଲ କାମରାଙ୍କୁ ନେଇ ବିବାଦ: ଅପମାନ ନା ବାକ ସ୍ୱାଧୀନତା?
ନିଜର କମେଡି ପାଇଁ କାହାକୁ କ୍ଷମା ମାଗି ପାରିବେ ନାହିଁ। ଯଦି କୋର୍ଟ କହିବେ, ତା’ହେଲେ ସେ କ୍ଷମା ମାଗିବେ। ନିଜର ଗର୍ଦାର ମନ୍ତବ୍ୟ ପାଇଁ ମଧ୍ୟ କୁନାଲ ଅନୁତପ୍ତ ନୁହନ୍ତି ବୋଲି ପୁଲିସ୍କୁ କହିଛନ୍ତି।

Crime
କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?
ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।

National
ଜଜଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ଘଟଣା: ନ୍ୟାୟିକ କାର୍ଯ୍ୟରୁ ଜଷ୍ଟିସ ବର୍ମାଙ୍କୁ ହଟାଇଲେ ହାଇକୋର୍ଟ
ହାଇକୋର୍ଟ ପକ୍ଷରୁ ଜାରି ସର୍କ୍ୟୁଲାରରେ କୁହାଯାଇଛି, ନିକଟରେ ଘଟୁଥିବା ଘଟଣାଗୁଡ଼ିକୁ ଦୃଷ୍ଟିରେ ରଖି ଜଷ୍ଟିସ ଯଶବନ୍ତ ବର୍ମାଙ୍କୁ ସମସ୍ତ ପ୍ରକାରର ନ୍ୟାୟିକ କାର୍ଯ୍ୟରୁ ତତ୍କାଳ ଭାବେ ହଟାଯାଉଛି।