Advertisment

କରାଚି ବିମାନ ଦୁର୍ଘଟଣା, ଅଭିନେତ୍ରୀ ଆୟେଜା ମୃତ!

ଇସଲାମାବାଦ: କରାଚି ବିମାନ ଦୁର୍ଘଟଣାରେ ପାକିସ୍ତାନର ଟେଲି ଅଭିନେତ୍ରୀ ଆୟେଜା ଖାନ୍‌ ଓ ତାଙ୍କ ସ୍ୱାମୀ ଦାନିଶ ତୈମୁରଙ୍କର ମୃତ୍ୟୁ ହୋଇଛି। ଏଭଳି ଖବର ସୋଶାଲ ମିଡିଆରେ ପ୍ରକାଶ ପାଇବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜେ ଆୟେଜା ଏକ ଭିଡିଓ ପୋଷ୍ଟ କରି ସୁସ୍ଥ ଥିବାର ବାର୍ତ୍ତା ଦେଇଛନ୍ତି। ଏଥିସହ ଗୁଜବ ଖବରକୁ ବିଶ୍ୱାସ ନକରିବାକୁ ସେ ଆହ୍ୱାନ କରିଛନ୍ତି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ସେ କହିଛନ୍ତି, ଯେଉଁମାନେ କିଛି ନଜାଣି ଏଭଳି ଗୁଜବ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କରାଚି ବିମାନ ଦୁର୍ଘଟଣା, ଅଭିନେତ୍ରୀ ଆୟେଜା ମୃତ!

ayeza khan

ଇସଲାମାବାଦ: କରାଚି ବିମାନ ଦୁର୍ଘଟଣାରେ ପାକିସ୍ତାନର ଟେଲି ଅଭିନେତ୍ରୀ ଆୟେଜା ଖାନ୍‌ ଓ ତାଙ୍କ ସ୍ୱାମୀ ଦାନିଶ ତୈମୁରଙ୍କର ମୃତ୍ୟୁ ହୋଇଛି। ଏଭଳି ଖବର ସୋଶାଲ ମିଡିଆରେ ପ୍ରକାଶ ପାଇବା ପରେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜେ ଆୟେଜା ଏକ ଭିଡିଓ ପୋଷ୍ଟ କରି ସୁସ୍ଥ ଥିବାର ବାର୍ତ୍ତା ଦେଇଛନ୍ତି। ଏଥିସହ ଗୁଜବ ଖବରକୁ ବିଶ୍ୱାସ ନକରିବାକୁ ସେ ଆହ୍ୱାନ କରିଛନ୍ତି।

Advertisment

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ସେ କହିଛନ୍ତି, ଯେଉଁମାନେ କିଛି ନଜାଣି ଏଭଳି ଗୁଜବ ପ୍ରଚାର କରୁଛନ୍ତି ଅଲ୍ଲାହ ସେମାନଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ। ଏଥିସହିତ ଦୁର୍ଘଟଣାରେ ମୃତ ଲୋକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଏହି ଟେଲି ଅଭିନେତ୍ରୀ। ଆୟେଜା ଗୁଜବ ଖଣ୍ଡନ କରି ଇନ୍‌ଷ୍ଟାରେ ଏଭଳି ପୋଷ୍ଟ କରିବାର କିଛି ସମୟ ପରେ ତାକୁ ଡିଲିଟ୍ ମଧ୍ୟ କରିଦେଇଛନ୍ତି।

ଆୟେଜା ଖାନ୍‌ ପାକିସ୍ତାନର ଜଣେ ଲୋକପ୍ରିୟ ଟେଲି ଅଭିନେତ୍ରୀ। ସେ ଅଧୁରୀ ଔରତ, କୋଇ ଚାନ୍ଦ ରଖ, ତୁମ୍‌ କୌନ୍‌ ପିୟା ଭଳି ଅନେକ ଲୋକପ୍ରିୟ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Advertisment

ଆଜି ଅପରାହ୍ନରେ ପିଆଇଏର ଏକ ବିମାନ ଅବତରଣ କରିବା ପୂର୍ବରୁ କରାଚି ନିକଟସ୍ଥ ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରେ ପାଖରେ ଥିବା ଏକ ଜନବସତିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ମୋଟ ୯୯ ଜଣ ଯାତ୍ରୀ ଥିବା ବେଳେ ୮ ଜଣ କ୍ର୍ୟୁ ମେମ୍ୱର ବା ବିମାନ କର୍ମଚାରୀ ଥିଲେ।