Advertisment

କରୋନା କବଳରେ ଇସଲାମିକ୍ ଦେଶ!

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ଦୁନିଆକୁ ନିଜ କବଜାରେ ରଖିଛି। ୟୁରୋପ ଓ ଆମେରିକା ଭଳି ବିକଶିତ ଦେଶ ମଧ୍ୟ କରୋନା ଦାଉରୁ ମୁକୁଳିପାରିଲା ନାହିଁ। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବା ବେଳେ ୟୁରୋପ ଏବଂ ସ୍ପେନରେ ମଧ୍ୟ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଏସିଆରେ ବର୍ତ୍ତମାନ ସବୁଠାରୁ ଅଧିକ କରୋନା ଭୂତାଣୁ ମାମଲା ରୁଷରୁ ଆସିଛି। ଏହା ବ୍ୟତୀତ ଅଷ୍ଟ୍ରେଲିୟା ମଧ୍ୟ ଭୂତାଣୁ କବଜାରେ ରହିଛି। ତେବେ ଇସଲାମ ଦେଶଗୁଡ଼ିକରେ […]

author-image
Pragnya Choudhury
ଅଦ୍ୟତନ ହୋଇଛି
କରୋନା କବଳରେ ଇସଲାମିକ୍ ଦେଶ!

islamic country

ନୂଆଦିଲ୍ଲୀ: କରୋନା ଭୂତାଣୁ ସାରା ଦୁନିଆକୁ ନିଜ କବଜାରେ ରଖିଛି। ୟୁରୋପ ଓ ଆମେରିକା ଭଳି ବିକଶିତ ଦେଶ ମଧ୍ୟ କରୋନା ଦାଉରୁ ମୁକୁଳିପାରିଲା ନାହିଁ। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବା ବେଳେ ୟୁରୋପ ଏବଂ ସ୍ପେନରେ ମଧ୍ୟ ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସୁଛି। ଏସିଆରେ ବର୍ତ୍ତମାନ ସବୁଠାରୁ ଅଧିକ କରୋନା ଭୂତାଣୁ ମାମଲା ରୁଷରୁ ଆସିଛି। ଏହା ବ୍ୟତୀତ ଅଷ୍ଟ୍ରେଲିୟା ମଧ୍ୟ ଭୂତାଣୁ କବଜାରେ ରହିଛି। ତେବେ ଇସଲାମ ଦେଶଗୁଡ଼ିକରେ କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ବିଷୟରେ ଆସନ୍ତୁ ଜାଣିବା।

Advertisment

ସୂଚନାଯୋଗ୍ୟ, ଅର୍ଗନାଇଜେସନ ଅଫ୍ ଇସଲାମିକ କୋ-ଅପରେସନରେ ବର୍ତ୍ତମାନ ୫୭ଟି ସଦସ୍ୟ ଦେଶ ରହିଛନ୍ତି। ଏ ସମସ୍ତ ସଦସ୍ୟ ଦେଶ ବର୍ତ୍ତମାନ କରୋନା ଦାଉରେ ହନ୍ତସନ୍ତ ହେଉଛନ୍ତି। ତେବେ ଯଦି ସର୍ବାଧିକ ସଂକ୍ରମିତ ଦେଶଗୁଡ଼ିକ କଥା କହିବା, ତେବେ ତୁର୍କୀ, ଇରାନ, ପାକିସ୍ତାନ, କତର, ୟୁଏଇ, ଇଣ୍ଡୋନେସିଆ, ବାଙ୍ଗାଦେଶ, ମିସ୍ର, ମାଲେସିଆ ଏବଂ କୁଓ୍ୱେତ ଆଗରେ ଅଛନ୍ତି। ଏହି ଦଶଟି ଦେଶ ମହାମାରୀ ଭୂଚାଣୁ ଦ୍ୱାରା ବେଶୀ ସଂକ୍ରମିତ।

ଓ୍ୱାର୍ଲଡୋମିଟର ତଥ୍ୟ ଅନୁସାରେ ଭାରତର ଦୁଇ ପଡ଼ୋଶୀ ପାକିସ୍ତାନ ଏହି ତାଲିକାରେ ତୃତୀୟ ସ୍ଥାନରେ ଏବଂ ବାଙ୍ଗଲାଦେଶ ୭ମ ସ୍ଥାନରେ ରହିଛନ୍ତି। ତେବେ ସାରା ବିଶ୍ୱରେ ସର୍ବାଧିକ କରୋନା ସଂକ୍ରମିତ ୧୦ଟି ଦେଶ ତାଲିକାରେ ତୁର୍କୀ ୮ମ ସ୍ଥାନରେ ଏବଂ ଇରାନ ୧୦ମ ସ୍ଥାନରେ ରହିଛି।

Advertisment

ଇସଲାମିକ୍ ଦେଶ ତୁର୍କୀରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୧୨୭୬୫୯ କରୋନା ମାମଲା ସାମ୍ନାକୁ ଆସିଛି। ଏଥିରୁ ୫୬୦୩୨ଟି ଆକ୍ଟିଭ୍ ମାମଲା ରହିଛି। ତେବେ ୩୪୬୧ ଜଣ ସଂକ୍ରମିତଙ୍କ ଏଯାବତ ମୃତ୍ୟୁ ହୋଇଛି। ଅନ୍ୟପଟେ ୬୮୧୬୬ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି।

ଦ୍ୱୀତୀୟରେ ଥିବା ଇରାନରେ ମୋଟ ୯୮୬୪୭ଟି କରୋନା ମାମଲା ରହିଛି। ଏଠାରେ ୬୨୭୭ଟି ଆକ୍ଟିଭ୍ ମାମଲା ଥିବାବେଳେ ୭୯୩୭୯ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ତେବେ ତୃତୀୟରେ ଥିବା ପାକିସ୍ତାନରେ ଏବେ ସୁଦ୍ଧା ୨୧୫୦୧ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୪୮୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ୫୭୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଲେ ୧୫୨୩୩ ଟି ଆକ୍ଟିଭ୍ ମାମଲା ରହିଛି। ତେବେ ପାକିସ୍ତାନରେ ସର୍ବାଧିକ କରୋନା ସଂକ୍ରମଣ ପଞ୍ଜାବ, ସିନ୍ଧ, ବଲୁଚିସ୍ତାନ, ଇସଲାମାବାଦ, ଗିଲଗିଟ୍ ପ୍ରଭୃତି ସ୍ଥାନରେ ଦେଖାଦେଇଛି। ଏହା ବ୍ୟତୀତ କାଶ୍ମୀର ମଧ୍ୟ ଏଥିରୁ ବାଦ୍ ଯାଇନାହିଁ।

ତଥ୍ୟ ଅନୁସାରେ, କରୋନା ସଂକ୍ରମିତ ଦେଶ ତାଲିକାରେ ଶୀର୍ଷ ୧୦ରେ ଥିବା ଦେଶଗୁଡ଼ିକରୁ ଏଯାବତ ପ୍ରାୟ ୩୦୮୯୦୨ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ତେବେ ୧୬୯୩୨୯ ଆକ୍ରାନ୍ତ ଏଯାବତ ସୁସ୍ଥ ହୋଇଛନ୍ତି ଏବଂ ୧୨୦୦୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।