Advertisment

ପ୍ରତିଦିନ ୫ ଜଣଙ୍କୁ ଧର୍ଷଣ, ପାକ୍ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି

ଲାହୋର: ପ୍ରତିଦିନ ପ୍ରାୟ ୫ ଜଣଙ୍କୁ କରାଯାଉଛି ଧର୍ଷଣ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି ଜାରି ହୋଇଛି। ଶିଶୁ, କିଶୋରୀ ଓ ମହିଳାଙ୍କ ଉପରେ ବଢ଼ୁଥିବା ଏଭଳି ନିର୍ଯାତନା ଏବେ ସ୍ଥାନୀୟ ପ୍ରଶାସନକୁ ସମାଲୋଚିତ ହେବାକୁ ପଡ଼ିଛି। ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିବୃତ୍ତି ମଧ୍ୟ ଜାରି ହୋଇଛି। ପ୍ରତିଦିନ ଚାରିରୁ ୫ଟି ଧର୍ଷଣ ମାମଲା ଆସୁଥିବାରୁ ଏହାକୁ ରୋକିବା ନିମନ୍ତେ ଏଭଳି ଜରୁରୀ […]

ଅଦ୍ୟତନ ହୋଇଛି
ପ୍ରତିଦିନ ୫ ଜଣଙ୍କୁ ଧର୍ଷଣ, ପାକ୍ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି

rape

Advertisment

ଲାହୋର: ପ୍ରତିଦିନ ପ୍ରାୟ ୫ ଜଣଙ୍କୁ କରାଯାଉଛି ଧର୍ଷଣ। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଅଧିକୃତ ପଞ୍ଜାବରେ ଜରୁରୀ ପରିସ୍ଥିତି ଜାରି ହୋଇଛି। ଶିଶୁ, କିଶୋରୀ ଓ ମହିଳାଙ୍କ ଉପରେ ବଢ଼ୁଥିବା ଏଭଳି ନିର୍ଯାତନା ଏବେ ସ୍ଥାନୀୟ ପ୍ରଶାସନକୁ ସମାଲୋଚିତ ହେବାକୁ ପଡ଼ିଛି।

Advertisment

ଏହା ଏକ ସମ୍ବେଦନଶୀଳ ଘଟଣା ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍ ବିବୃତ୍ତି ମଧ୍ୟ ଜାରି ହୋଇଛି। ପ୍ରତିଦିନ ଚାରିରୁ ୫ଟି ଧର୍ଷଣ ମାମଲା ଆସୁଥିବାରୁ ଏହାକୁ ରୋକିବା ନିମନ୍ତେ ଏଭଳି ଜରୁରୀ ପରିସ୍ଥିତି ଜାରି କରାଯାଇଛି। ଆଇନ ମନ୍ତ୍ରୀ ମଲିକ ମହମ୍ମଦ ଅହମଦ ଖାନଙ୍କ ଅଧ୍ୟକ୍ଷତାରେ ସମସ୍ତ ମାମଲାଗୁଡ଼ିକୁ କ୍ୟାବିନେଟ କମିଟିରେ ସମୀକ୍ଷା କରାଯିବ। ଏନେଇ ସ୍ଥାନୀୟ ସାମାଜିକ ଅନୁଷ୍ଠାନ, ମହିଳା ଅଧିକାର ସୁରକ୍ଷା ଅନୁଷ୍ଠାନ, ଶିକ୍ଷକ ଓ ଅଭିଭାବକଙ୍କ ସହ ଅଲୋଚନା କରାଯାଇ ସମାଧାନ ପନ୍ଥା ବାହାର କରାଯିବ ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଘରୁ ଗୋଡ଼ କାଢ଼ୁଥିବା କିଶୋରୀମାନଙ୍କୁ ଏକା ନଛାଡ଼ି ବିଶ୍ୱସ୍ତ ଲୋକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ  ସ୍କୁଲ ଓ କଲେଜ ଛାଡ଼ିବାକୁ ପରାମର୍ଶ ଜାରି ହୋଇଛି। ତେଣେ ଧନୀକଶ୍ରେଣୀ ପିଲାମାନେ ପାଠପଢ଼ୁ ଥିବା ସ୍କୁଲ, କଲେଜମାନଙ୍କରେ ନିଶା କାରବାର ବଢ଼ିବା ଏଭଳି ଅପରାଧ ବୃଦ୍ଧିର କାରଣ ବୋଲି ମଧ୍ୟ କୁହାଯାଉଛି। ଏହି ଅପରାଧ ଦମନ ଏବେ ସ୍ଥାନୀୟ ସରକାର ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe