Advertisment

ଆୟକର ରିଟର୍ଣ୍ଣ ଫାଇଲରେ ପାନ୍ ଆଧାର ଲିଙ୍କ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ(ଓଡ଼ିଶା ରିପୋରର୍ଟ): ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ପର୍ମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର(ପାନ୍) ସହିତ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ବିଚାରପତି ଏ.କେ. ଶିକ୍ରୀ ଏବଂ ଏସ୍‌.ଏ. ନାଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆୟକର ରିଟର୍ଣ୍ଣ ଫାଇଲ ପାଇଁ ପାନ୍‌ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇ ସାରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟର ଏକ ରାୟ ବିପକ୍ଷରେ […]

author-image
Jagamohan Maharana
ଅଦ୍ୟତନ ହୋଇଛି
ଆୟକର ରିଟର୍ଣ୍ଣ ଫାଇଲରେ ପାନ୍ ଆଧାର ଲିଙ୍କ୍ ବାଧ୍ୟତାମୂଳକ

Adhar-carf

ନୂଆଦିଲ୍ଲୀ(ଓଡ଼ିଶା ରିପୋରର୍ଟ): ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ପର୍ମାନେଣ୍ଟ୍ ଆକାଉଣ୍ଟ୍ ନମ୍ବର(ପାନ୍) ସହିତ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।
ବିଚାରପତି ଏ.କେ. ଶିକ୍ରୀ ଏବଂ ଏସ୍‌.ଏ. ନାଜୀରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଆୟକର ରିଟର୍ଣ୍ଣ ଫାଇଲ ପାଇଁ ପାନ୍‌ ସହ ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇ ସାରିଛନ୍ତି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ହାଇକୋର୍ଟର ଏକ ରାୟ ବିପକ୍ଷରେ ହୋଇଥିବା ଏକ ଆବେଦନର ଶୁଣାଣୀ କରି  ବିଚାରପତି ଏହା କହିଛନ୍ତି।
ସୂଚନା ଅନୁସାରେ ଶ୍ରେୟା ସେନ୍‌ ଏବଂ ଜୟଶ୍ରୀ ନାମକ ଦୁଇ ଟିକସଦାତାଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିନା ଆଧାର ପାନ୍‌ ସଂଯୋଗରେ ରିଟର୍ଣ୍ଣ ଫାଇଲିଂ ପାଇଁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିଥିଲେ। ହାଇକୋର୍ଟର ଏହି ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା।

Advertisment