/odisha-reporter/media/post_attachments/uploads/2015/10/rusia.jpg)
Panic as rockets hit Russian embassy in Damascus
ଡାମାସକସ୍: ସିରିଆର ରାଜଧାନୀରେ ଥିବା ରୁଷିଆ ଦୂତାବାସ ଉପରେ ମଙ୍ଗଳବାର ହୋଇଛି ଦୁଇଟି ରକେଟ୍ ମାଡ଼। କିଏ ଏହି ରକେଟ୍ ମାଡ଼ କରିଛି, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଏହା ଆତଙ୍କବାଦୀଙ୍କ କାମ ବୋଲି କହିଛନ୍ତି ରୁଷିଆର ବୈଦେଶିକ ମନ୍ତ୍ରୀ ସରଜେଇ ଲାଭରୋଭ।
ଆଜି ରୁଷିଆର ଦୂତାବାସ ନିକଟରେ ୩୦୦ରୁ ଅଧିକ ଲୋକଙ୍କ ଭିଡ଼ ଲାଗିଥିଲା। ସିରିଆରେ ଆଇଏସଆଏସ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ରୁଷ ସରକାର ଆକାଶମାର୍ଗରୁ ଆକ୍ରମଣ କରିବା କଥାକୁ ସ୍ୱାଗତ କରି ସେମାନା ଧନ୍ୟବାଦ ଜଣାଇବାକୁ ଏକାଠି ହୋଇଥିଲେ। ଠିକ୍ ସେତେବେଳ ଦୂତାବାସ ଉପରେ ରକେଟ୍ ମାଡ଼ ହୋଇଥିଲା। ତେବେ ହତାହତଙ୍କ ସଂପର୍କରେ କିଛି ସୂଚନା ମିଳିନାହିଁ।
ଅନ୍ୟପକ୍ଷରେ ଆତଙ୍କବାଦୀ ସଂଗଠନ ଅଲ-କଏଦାର ସିରିଆ ଶାଖା କହିଛି ଯେ ରୁଷରେ ଜିହାଦୀ ଆକ୍ରମଣ କରାଯିବ। ରୁଷ ସିରିଆ ଲୋକଙ୍କୁ ମାରୁଛି। ଆମେ ବି ତାଙ୍କ ଲୋକଙ୍କୁ ମାରିବୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
ସେପ୍ଟେମ୍ବର ୩୦ରୁ ରୁଷର ବାୟୁ ସେନା ସିରିଆରେ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
