Advertisment

ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପାଠ ପଢାଇବେ ମନମୋହନ ସିଂହ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଖୁବ୍‌ଶୀଘ୍ର ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅର୍ଥଶାସ୍ତ୍ର ପଢ଼ାଉଥିବା ଦେଖିବାକୁ ମିଳିବ। ସେ ଏହି ବିଶ୍ୱବିଦ୍ୟାଳୟରେ ଅସ୍ଥାୟୀ ଶିକ୍ଷକ ଭାବେ ପଢାଇବେ।  ତେବେ ଏହି ପଦବୀ ଏକ ଲାଭଜନକ ପଦବୀ କି ନୁହେଁ ବୋଲି ସେ ଲାଭଜନକ ପଦବୀ ସମ୍ପର୍କିତ ସଂସଦୀୟ ସମିତି ପାଖରୁ ଜାଣିବାକୁ ଚାହିଁଥିଲେ। ଏହି ପଦବୀରେ ନିଯୁକ୍ତ ହେବା ପୂର୍ବରୁ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିବ କି ନାହିଁ ବୋଲି ସେ ଜାଣିବାକୁ ଚାହିଁଥିଲେ। […]

ଅଦ୍ୟତନ ହୋଇଛି
ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପାଠ ପଢାଇବେ ମନମୋହନ ସିଂହ

manmohan-sing

Advertisment

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଖୁବ୍‌ଶୀଘ୍ର ପଞ୍ଜାବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଅର୍ଥଶାସ୍ତ୍ର ପଢ଼ାଉଥିବା ଦେଖିବାକୁ ମିଳିବ। ସେ ଏହି ବିଶ୍ୱବିଦ୍ୟାଳୟରେ ଅସ୍ଥାୟୀ ଶିକ୍ଷକ ଭାବେ ପଢାଇବେ।  ତେବେ ଏହି ପଦବୀ ଏକ ଲାଭଜନକ ପଦବୀ କି ନୁହେଁ ବୋଲି ସେ ଲାଭଜନକ ପଦବୀ ସମ୍ପର୍କିତ ସଂସଦୀୟ ସମିତି ପାଖରୁ ଜାଣିବାକୁ ଚାହିଁଥିଲେ। ଏହି ପଦବୀରେ ନିଯୁକ୍ତ ହେବା ପୂର୍ବରୁ ତାଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିବ କି ନାହିଁ ବୋଲି ସେ ଜାଣିବାକୁ ଚାହିଁଥିଲେ।

Advertisment

ମାନବ ସମ୍ୱଳ ବିକାଶ ମନ୍ତ୍ରାଣାଳୟ ଓ ଆଇନ ମନ୍ତ୍ରଣାଳୟକୁ ଏନେଇ ସଂପୃକ୍ତ ସଂସଦୀୟ ସମିତି ପରାମର୍ଶ ଲୋଡ଼ିଥିଲା। ସେଠାରୁ ଲିଖିତ ପ୍ରତିକ୍ରିୟା ମଳିବା ପରେ ମନମୋହନ ସିଂ ଶିକ୍ଷାଦାନ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅସ୍ଥାୟୀ ଅଧ୍ୟାପକ ଭାବେ ଶିକ୍ଷାଦାନ କରିବା ଲାଭଜନକ ପଦବୀ ଅନ୍ତର୍ଭୁକ୍ତ ନୁହେଁ ବୋଲି ସଂସଦୀୟ ସମିତି କହିଛି।

ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପଢ଼ାଇବା ପାଇଁ ମନମୋହନ ସିଂହଙ୍କୁ ନିର୍ଦ୍ଦିଷ୍ଟ ଦରମା ମିଳିବ ନାହିଁ। ତାଙ୍କୁ କେବଳ ଡିଏ ବାବଦକୁ ୫୦୦୦  ଟଙ୍କା ଦିଆଯିବ।

Advertisment

ସୂଚନାଯୋଗ୍ୟ, ଚଳିତବର୍ଷ  ଏପ୍ରିଲରେ  ଖାଲି ପଡ଼ିଥିବା ଜବାହାର ଲାଲ୍ ନେହେରୁ ଚେୟାରର ମୁଖ୍ୟ ଭାବେ ମନମୋହନ ସିଂହ ଦାୟିତ୍ୱ ଗ୍ରହଣ କରିବେ ବୋଲି ପଞ୍ଜାବ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘୋଷଣା କରିଥିଲେ। ମନମୋହନ ବି ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ।

୧୯୫୪ ମସିହାରେ ସେ ଏହି ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମ୍‌ଏ ପାଶ୍‌ କରିଥିଲେ। ୧୯୬୩ରେ ଏଠାରେ  ପ୍ରଫେସର ହୋଇଥିଲେ।  ଆରବିଆଇ ଗଭର୍ଣ୍ଣର ଓ ୧୦ ବର୍ଷ ଦେଶ ପ୍ରଧାନମନ୍ତ୍ରୀ ହେବା ପରେ ପୁଣି ଥରେ ସେ  ପଞ୍ଚାବ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଢାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe