hosnimubarak
କାଏରୋ: ଦୁର୍ନୀତି ଅଭିଯୋଗରେ ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ହୋସନୀ ମୁବାରକଙ୍କୁ ଶନିବାର ଏଠାକାର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତେବେ ସେ କାଟି ସାରିଥିବା ସଜା ମଧ୍ୟରେ ଏହା ଅନ୍ତର୍ଭୁକ୍ତ ହେବ ନା ନାହିଁ ସେ ନେଇ କୋର୍ଟ କିଛି ସ୍ପଷ୍ଟ କରି ନାହାନ୍ତି। ନିଜ ଶାସନ କାଳରେ ମୁବାରକ ଓ ତାଙ୍କର ଦୁଇ ପୁଅ ଦେଶର ରାଜକୋଷରୁ କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଟଙ୍କା ରାଷ୍ଟ୍ରପତି ଭବନର ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ମୁବାରକ ଓ ତାଙ୍କର ପୁଅମାନେ ଏହି ଟଙ୍କାକୁ ନିଜ ଘରର ଉନ୍ନତିକରଣରେ ଲଗାଇ ଦେଇଥିଲେ। ଏହି ମାମଲାରେ ମୁବାରକ ତିନି ବର୍ଷ ଜେଲ ଓ ତାଙ୍କର ପୁଅମାନଙ୍କୁ ୪ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ପରେ ସେ ଏହା ବିରୁଦ୍ଧରେ ଅପିଲ୍ କରିଥିଲେ।
୨୦୧୧ ବିଦ୍ରୋହରେ ମୁବାରକଙ୍କୁ ଗାଦିଚ୍ୟୁତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/hosni-mubarak.jpg)