Advertisment

ପାପର ସଜ୍ଜା ଭୋଗୁଛନ୍ତି ଲାଲୁ: ସୁଶୀଲ ମୋଦି

ପାଟନା: ବିହାର ବିଧାନସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି। ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜେଡିୟୁ, ବିଜେପି, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସମେତ ସମସ୍ତ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଆଉ ପ୍ରଚାର ବେଳେ ବିଭିନ୍ନ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରିବାର ଧାରାକୁ ଅବ୍ୟାହତ ରଖିଛନ୍ତି। ଇତି ମଧ୍ୟରେ ବିଜପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ […]

author-image
Rakesh Mallick
ପାପର ସଜ୍ଜା ଭୋଗୁଛନ୍ତି ଲାଲୁ: ସୁଶୀଲ ମୋଦି

shushilmodi

ପାଟନା: ବିହାର ବିଧାନସଭା ନିର୍ବାଚନର ଦୁଇଟି ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଛି। ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଜେଡିୟୁ, ବିଜେପି, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ସମେତ ସମସ୍ତ ଦଳ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଆଉ ପ୍ରଚାର ବେଳେ ବିଭିନ୍ନ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରିବାର ଧାରାକୁ ଅବ୍ୟାହତ ରଖିଛନ୍ତି। ଇତି ମଧ୍ୟରେ ବିଜପିର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରିଛନ୍ତି। ସେ  କହିଛନ୍ତି ଯେ କେତେବେଳେ ଲାଲୁଙ୍କ ନିର୍ବାଚନୀ ସଭା ମଂଚ ଭାଙ୍ଗି ଯାଉଛି ତ କେତେବେଳ ତାଙ୍କ ଉପରେ ପଙ୍ଖା ପଡ଼ି ଯାଉଛି। ତଥାପି ସେ ବୁଝି ପାରୁନାହାନ୍ତି ଯେ ତାଙ୍କୁ ୧୫ ବର୍ଷର ଜଙ୍ଗଲରାଜ, ଗୋମାଂସ ଭକ୍ଷଣକୁ ସମର୍ଥନ ଓ ବ୍ରାହ୍ମଣମାନଙ୍କୁ ଖୋଲାଖୋଲି ଗୁଳି କରିବାର ସଜ୍ଜା ମିଳୁଛି। ଆଗକୁ ଆହୁରି ସଜ୍ଜା ଭୋଗିବେ। ସେ କରିଥିବା ପାପର ଫଳ ତାଙ୍କୁ ନିଶ୍ଚିତ ମିଳିବ। ଦେବୀ ମା’ଙ୍କ ଲକେଟ୍ କୌଣସି ପଥଭ୍ରଷ୍ଟକୁ ବଞ୍ଚାଇ ପାରିବ ନାହିଁ।

Advertisment

ଲାଲୁଙ୍କୁ ଟାର୍ଗେଟ କରିବା ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଛନ୍ତି ସୁଶୀଲ ମୋଦି। ସେ କହିଛନ୍ତି, ନୀତୀଶ କୁମାର ଭାଜପା ସହିତ ମେଣ୍ଟ ଭାଙ୍ଗି ନିଜକୁ ଇତିହାସର କଳାପୃଷ୍ଠାରେ ସାମିଲ କରି ନେଇଛନ୍ତି। ଲୋକଙ୍କୁ ଛାଡ଼ି ସେ ଲାଲୁ ପ୍ରସାଦ ଯାଦବ ଏଣ୍ଡ୍ କୋଙ୍କ ସେବା କରିବାକୁ ବାହାରିଛନ୍ତି। କିନ୍ତୁ ତାଙ୍କର ଏହି ଇଚ୍ଛା ପୂରଣ ହେବ ନାହିଁ।