ab-bardhan
ନୂଆଦିଲ୍ଲୀ: ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ସିପିଆଇ ମହାସଚିବ ଏ.ବି.ବର୍ଦ୍ଧନ ଆଉ ନାହାନ୍ତି। ନୂଆଦିଲ୍ଲୀର ଜି.ବି ପନ୍ଥ ହସ୍ପିଟାଲରେ ଶନିବାର ରାତି ୮ଟା ୧୩ ମିନିଟରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ପାରାଲିଟିକ୍ ଷ୍ଟ୍ରୋକ୍ ପରେ ଗତ ଡିସେମ୍ୱର ୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ୧୯୨୪ ସେପ୍ଟେମ୍ୱର ୨୪ ତାରିଖରେ ଜନ୍ମିତ ବର୍ଦ୍ଧନ ସାରା ଦେଶରେ ଜଣେ ପ୍ରମୁଖ ଶ୍ରମିକ ନେତା ଭାବେ ବେଶ୍ ଜଣାଶୁଣା ଥିଲେ।
ମହାରାଷ୍ଟ୍ରରେ ଟ୍ରେଡ୍ ୟୁନିୟନ୍ ମୁଭମେଣ୍ଟରୁ ରାଜନୀତିରେ ପାଦ ଥାପିଥିବା ବର୍ଦ୍ଧନ ୧୯୫୭ ମସିହାରେ ଜଣେ ସ୍ୱାଧୀନ ପ୍ରାର୍ଥୀଭାବେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ଦିଲ୍ଲୀ ରାଜନୀତିରେ ପ୍ରବେଶ କରି ସିପିଆଇ ମହାସଚିବ ଏବଂ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ୍ କଂଗ୍ରେସର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦ ମଣ୍ଡନ କରିଥିଲେ ବର୍ଦ୍ଧନ। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ନେତା ଶୋକ ବ୍ୟକ୍ତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/01/ab-bardhan.jpg)