Advertisment

୨୪ଟି ଅଙ୍ଗୁଳି ପାଇଁ ବିପଦରେ ଜୀବନ

ଲକ୍ଷ୍ମୌ(ଓଡ଼ିଶା ରିପୋର୍ଟର୍‌): ଉତ୍ତରପ୍ରଦେଶର ବାରାବଙ୍କିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତ ଓ ପାଦରେ ୨୪ଟି ଅଙ୍ଗୁଳି ଥିବା ଜଣେ ପିଲାର ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ସଂପୃକ୍ତ ପିଲାର ବାପା ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି। ବାରାବଙ୍କିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପୁଅର ହାତ ଓ ପାଦରେ ୧୨-୧୨ଟି କରି ୨୪ ଅଙ୍ଗୁଳି ରହିଛି। ଯାହା ଏବେ ତାଙ୍କ ପରିବାର ପାଇଁ ଚିନ୍ତା ବଢ଼ାଇ […]

author-image
Mihir Pattnayak
ଅଦ୍ୟତନ ହୋଇଛି
୨୪ଟି ଅଙ୍ଗୁଳି ପାଇଁ ବିପଦରେ ଜୀବନ

bj

ଲକ୍ଷ୍ମୌ(ଓଡ଼ିଶା ରିପୋର୍ଟର୍‌): ଉତ୍ତରପ୍ରଦେଶର ବାରାବଙ୍କିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହାତ ଓ ପାଦରେ ୨୪ଟି ଅଙ୍ଗୁଳି ଥିବା ଜଣେ ପିଲାର ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ସଂପୃକ୍ତ ପିଲାର ବାପା ପୁଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ୍ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।

Advertisment

ବାରାବଙ୍କିରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପୁଅର ହାତ ଓ ପାଦରେ ୧୨-୧୨ଟି କରି ୨୪ ଅଙ୍ଗୁଳି ରହିଛି। ଯାହା ଏବେ ତାଙ୍କ ପରିବାର ପାଇଁ ଚିନ୍ତା ବଢ଼ାଇ ଦେଇଛି। ସମ୍ପର୍କୀୟମାନେ ପିଲାଟିକୁ ମାରି ଦେବାକୁ ଚାହୁଁଛନ୍ତି ବୋଲି ପିଲାଟିର ବାପା ମା' ଅଭିଯୋଗ କରିଛନ୍ତି। ଏଭଳି ପିଲାକୁ ହତ୍ୟା କଲେ, ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇବ ବୋଲି ଜଣେ ତାନ୍ତ୍ରିକ ତାଙ୍କ ସମ୍ପର୍କୀୟମାନଙ୍କୁ କହିଥିବା ପୁଅର ବାପା କହିଛନ୍ତି।

ତେଣୁ ଏହି ଭୟରେ ପିଲାଟିର ପରିବାର ଲୋକେ ତା'ର ସ୍କୁଲ ଯିବା ମଧ୍ୟ ବନ୍ଦ କରି ଦେଇଛନ୍ତି।

Advertisment

ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର ବରିଷ୍ଟ ନାଗରିକ ଉମାଶଙ୍କର ସିଂହ କହିଛନ୍ତି,“ପିଲାଟିକୁ ଶିକ୍ଷାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ। ତାଙ୍କ ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନାହିଁ। ଏଣୁ, ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ପିଲାଟିର ପାଠପଢ଼ା ଖର୍ଚ୍ଚ ବହନ କରିବି।”