/odisha-reporter/media/post_attachments/uploads/2018/09/parikar.jpg)
parikar
ନୂଆଦିଲ୍ଲୀ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ପରିବର୍ତ୍ତନ କରାଯିବ ନାହିଁ। ସେ ହିଁ ରାଜ୍ୟର ନେତୃତ୍ୱ ନେବେ। ଆଜି ଏନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶା ଟ୍ୱିଟ୍ ଯୋଗେ ସ୍ପଷ୍ଟ କରିଛନ୍ତି।
ଏଥିସହିତ ଗୋଆ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିବା ରାଜନୈତିକ ହଟଚମଟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ତେବେ ଶାହା କହିଛନ୍ତି ବହୁ ଶୀଘ୍ର ମନୋହରଙ୍କ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରାଯିବା ନେଇ ବିଚାର କରାଯାଉଛି।
गोवा प्रदेश भाजपा की कोर टीम के साथ चर्चा कर यह निर्णय लिया गया है कि गोवा के मुख्यमंत्री श्री @manoharparrikar जी ही गोवा सरकार का नेतृत्व करते रहेंगे।
प्रदेश सरकार के मंत्रिमंडल व विभागों में बदलाव शीघ्र ही किया जाएगा।
— Amit Shah (@AmitShah) September 23, 2018
ତେବେ ସ୍ୱାସ୍ଥ୍ୟଗତ କାରଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପ୍ରଧାନମନ୍ତ୍ରୀ ମୋଦି ଓ ଦଳୀୟ ସଭାପତି ଅମିତ ଶାହାଙ୍କୁ ଚିଠି ଲେଖିଥିଲେ। ଡାକ୍ତରଖାନାରେ ଥିବା ଯୋଗୁ ରାଜ୍ୟଭାର ସମ୍ଭାଳିବା ପାଇଁ ସେ ଅସମର୍ଥ ବୋଲି ଚିଠିରେ ଦର୍ଶାଇଥିଲେ।
କିଛିଦନ ହେବ ସ୍ୱାସ୍ଥ୍ୟଗତ କାରଣ ପାଇଁ ମନୋହର ପାରିକର ନିଜ କାର୍ଯ୍ୟ ଠିକ୍ ଭାବରେ କରିପାରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏଥିପାଇଁ ଦଳ ବିକଳ୍ପ ସରକାର ଗଠନ କରିବାକୁ ମଧ୍ୟ ଅଣ୍ଟା ଭିଡିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
