Advertisment

ଷ୍ଟିଭ ଜବ୍ସଙ୍କ ‘ଆପୁଲ’ ଟିମ୍ ପରି କାର୍ଯ୍ୟ କରୁ କଂଗ୍ରେସ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ସୋମବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କର୍ମୀଙ୍କ ସହ ମୁକ୍ତ ଆଲୋଚନା କରି ୨୦୧୭ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଦଳୀୟ କର୍ମୀଙ୍କୁ ସେ କହିଛନ୍ତି ଯେ, ଷ୍ଡିଭ ଜବ୍ସଙ୍କ ‘ଆପୁଲ’ ଟିମ ପରି କଂଗ୍ରେସ ଦଳର ସବୁ କର୍ମୀ କାର୍ଯ୍ୟ କରିବା ଦରକାର। ଆପୁଲ ପରି ଟିମୱାର୍କ ମାଧ୍ୟମରେ ଦଳ ପୁଣି ଶାସନକୁ ଫେରିବ ବୋଲି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, […]

author-image
Rakesh Mallick
ଅଦ୍ୟତନ ହୋଇଛି
ଷ୍ଟିଭ ଜବ୍ସଙ୍କ ‘ଆପୁଲ’ ଟିମ୍ ପରି କାର୍ଯ୍ୟ କରୁ କଂଗ୍ରେସ: ରାହୁଲ ଗାନ୍ଧି

rahul

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାରେ ସୋମବାର କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି କର୍ମୀଙ୍କ ସହ ମୁକ୍ତ ଆଲୋଚନା କରି ୨୦୧୭ ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଦଳୀୟ କର୍ମୀଙ୍କୁ ସେ କହିଛନ୍ତି ଯେ, ଷ୍ଡିଭ ଜବ୍ସଙ୍କ ‘ଆପୁଲ’ ଟିମ ପରି କଂଗ୍ରେସ ଦଳର ସବୁ କର୍ମୀ କାର୍ଯ୍ୟ କରିବା ଦରକାର। ଆପୁଲ ପରି ଟିମୱାର୍କ ମାଧ୍ୟମରେ ଦଳ ପୁଣି ଶାସନକୁ ଫେରିବ ବୋଲି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ, କଂଗ୍ରେସର ସବୁ କର୍ମୀ ମୋ ପରିବାରର ସଦସ୍ୟ। ସେମାନଙ୍କୁ କେହି ବି ଦଳରୁ ବାହାର କରିପାରିବେ ନାହିଁ। ସମସ୍ତଙ୍କର ମତ ଉପସ୍ଥାପନ କରିବାର ଅଧିକାର ରହିଛି। ଏହି ମତ ଗ୍ରହଣ ହେଉ କି ନ ହେଉ, ଦଳର ଉନ୍ନତି ପାଇଁ ସବୁ ସଦସ୍ୟ ମତ ଦେବା ଦରକାର ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ମୋଦି ଓ ଆରଏସଏସ ଉପରେ ମଧ୍ୟ ବର୍ଷିଥିଲେ। ସେ କହିଥିଲେ ଯେ, ମୋଦି କେବଳ ବିଜେପିରେ ‘ଆଚ୍ଛେ ଦିନ’ ଆଣିଛନ୍ତି। ‘ଆଚ୍ଛେ ଦିନ’ ନାଁରେ ମୋଦି କୃଷକଙ୍କୁ ମାରି କର୍ପୋରେଟ ସଂସ୍ଥାଙ୍କୁ ଅଗ୍ରାଧିକାର ଦେଉଛନ୍ତି ବୋଲି ସେ କହିଥିଲେ ।