Advertisment

'କରୋନିଲ' କରୋନାର ଔଷଧ ନୁହେଁ!

ହରିଦ୍ୱାର: ପତଞ୍ଜଳୀ ଯୋଗପୀଠର ଦିବ୍ୟ ଫାର୍ମାସି ନିଜ କଥାରୁ ନିଜେ ଓହରି ଯାଇଛି। ଉତ୍ତରାଖଣ୍ଡ ଆୟୁଷ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିସର ଜବାବରେ ସୋମବାର ପତଞ୍ଜଳୀ କରୋନା ଉପଚାର ପାଇଁ କୌଣସି ଔଷଧ ବାହାର କରି ନ ଥିବା କହିଛି। ସୂଚନା ଯେ, ଗତ ମଙ୍ଗଳବାର ରାମଦେବ ବାବାଙ୍କ ପତଞ୍ଜଳୀ ପକ୍ଷରୁ କରୋନିଲ୍ ଔଷଧ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ କରୋନିଲ, ଶ୍ୱାସାରି ବଟି ଏବଂ ଅଣୁ ତେଲ […]

author-image
Pragnya Choudhury
ଅଦ୍ୟତନ ହୋଇଛି
'କରୋନିଲ' କରୋନାର ଔଷଧ ନୁହେଁ!

coronil

ହରିଦ୍ୱାର: ପତଞ୍ଜଳୀ ଯୋଗପୀଠର ଦିବ୍ୟ ଫାର୍ମାସି ନିଜ କଥାରୁ ନିଜେ ଓହରି ଯାଇଛି। ଉତ୍ତରାଖଣ୍ଡ ଆୟୁଷ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନୋଟିସର ଜବାବରେ ସୋମବାର ପତଞ୍ଜଳୀ କରୋନା ଉପଚାର ପାଇଁ କୌଣସି ଔଷଧ ବାହାର କରି ନ ଥିବା କହିଛି।

Advertisment

ସୂଚନା ଯେ, ଗତ ମଙ୍ଗଳବାର ରାମଦେବ ବାବାଙ୍କ ପତଞ୍ଜଳୀ ପକ୍ଷରୁ କରୋନିଲ୍ ଔଷଧ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ କରୋନିଲ, ଶ୍ୱାସାରି ବଟି ଏବଂ ଅଣୁ ତେଲ କରୋନା ଉପଚାର ବୋଲି ଦୃଢ଼ୋକ୍ତି କରିଥିଲେ। ଏହାପରେ ଜୁନ ୨୪ରେ ଉତ୍ତରାଖଣ୍ଡ ଆୟୁଷ ବିଭାଗ ପତଞ୍ଜଳୀକୁ ନୋଟିସ୍ ଦେଇଥିଲା। ଏନେଇ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପତଞ୍ଜଳୀ କରୋନାର କୌଣସି ଔଷଧ ତିଆରି କରିନାହାନ୍ତି ବୋଲି କହିଛନ୍ତି।

ପତଞ୍ଜଳୀର ଦିବ୍ୟ ଫାର୍ମାସୀ ପକ୍ଷରୁ ଗତ ମଙ୍ଗଳବାର ଅର୍ଥାତ ୨୩ ଜୁନରେ କରୋନା ଭୂତାଣୁର ଔଷଧ ମିଳିଥିବା ଘୋଷଣା କରିଥିଲେ। ଏହା ପରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଔଷଧର ପ୍ରଚାର-ପ୍ରସାରରେ ରୋକ୍ ଲଗାଇବା ଯୋଗୁ ପତଞ୍ଜଳୀ ଓ କରୋନିଲ୍ ଔଷଧ ବିବାଦକୁ ଆସିଗଲେ। ଜୁନ ୨୪ରେ ଉତ୍ତରାଖଣ୍ଡ ଆୟୁଷ ବିଭାଗ ଦିବ୍ୟ ଫାର୍ମାସୀକୁ ଏହାର ପ୍ରତାର-ପ୍ରସାର ନ କରିବାକୁ ନୋଟିସ୍ ଦେଇଥିଲା। ଏହାସହ ୭ ଦିନ ଭିତରେ ଜବାବ ଦାଖଲ ନୋଟିସ୍ ମଧ୍ୟ ଦିଆଯାଇଥିଲା।

Advertisment

ପତଞ୍ଜଳୀ ଯୋଗପୀଠର ଦିବ୍ୟ ଫାର୍ମାସୀର କରୋନିଲ୍ ଔଷଧକୁ ନେଇ ବିବାଦ ଉଠିବା ପରେ ବର୍ତ୍ତମାନ 'ଅର୍ଡର ଆପ୍'ର ଲଞ୍ଚିଂ ମଧ୍ୟ ସ୍ଥଗିତ ରଖାଯାଇଛି। ପ୍ରଥମେ ପତଞ୍ଜଳୀ ପକ୍ଷରୁ ଏହି ଆପ୍ ନେଇ ଘୋଷଣା କରାଯାଇଥିଲା। ଏହି ଆପ୍ ଆଜି ଲଞ୍ଚ୍ ହେବାର ଯୋଜନା ଥିଲା। ଏହା ଜରିଆରେ ଦେଶର ଯେକୌଣସି ଗ୍ରାହକ ଯେକୌଣସି ସ୍ଥାନର ଔଷଧ ଅର୍ଡର କରିପାରିବେ। ମାତ୍ର ତିନି ଦିନ ମଧ୍ୟରେ ଔଷଧ ଠିକଣା ସ୍ଥାନରେ ଡେଲିଭରି ଦେବ ଏହି ଆପ୍। ପତଞ୍ଜଳୀ ଯୋଗପୀଠର ପ୍ରବକ୍ତା ତିଜାରାବାଲା ଏନେଇ କହିଛନ୍ତି ଯେ, ବର୍ତ୍ତମାନ ଏହି ଆପ୍ ଟ୍ରାୟଲ ଅବସ୍ଥାରେ ରହିଛି। ଟ୍ରାୟଲ ଶେଷ ହେବା ପରେ ଆପ୍ ବିଧିବଦ୍ଧ ଭାବେ ଲଞ୍ଚିଂ କରାଯିବ।