Advertisment

ପଠାନକୋଟ୍ ଆକ୍ରମଣ ଘଟଣା: ଗୁରୁଦାସପୁର ଏସପିଙ୍କର ହୋଇପାରେ ଲାଇ ଡିଟେକ୍ଟର ଟେଷ୍ଟ୍

ନୂଆଦିଲ୍ଲୀ: ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସୀ (ଏନଆଇଏ) ଗୁରୁଦାସପୁର ଏସପି ସଲବିନ୍ଦର ସିଂହଙ୍କ ଲାଇ ଡିଟେକ୍ଟର ଟେଷ୍ଟ୍ କରାଇପାରେ। ପଠାନକୋଟ୍ ବିମାନଘାଟି ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସଂପର୍କରେ ବାରମ୍ବାର ବୟାନ ବଦଳାଉ ଥିବାରୁ ତାଙ୍କର ଲାଇ ଡିଟେକ୍ଟର ଟେଷ୍ଟ୍ କରିବାକୁ ଚାହୁଁଛି ଏନଆଇଏ। ସୂଚନାଯୋଗ୍ୟ, ପଠାନକୋଟ୍ ବିମାନଘାଟିରେ ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀମାନେ ଏସପି ସଲବିନ୍ଦର ସିଂହଙ୍କୁ ଅପହରଣ କରି ନେଇଥିବା କୁହାଯାଉଛି। ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଦେଇଥିବା ବେଳେ ତାଙ୍କ ଗାଡ଼ି ନେଇ ଚାଲି ଯାଇଥିଲେ। ଏନଆଇର […]

ଅଦ୍ୟତନ ହୋଇଛି
ପଠାନକୋଟ୍ ଆକ୍ରମଣ ଘଟଣା: ଗୁରୁଦାସପୁର ଏସପିଙ୍କର ହୋଇପାରେ ଲାଇ ଡିଟେକ୍ଟର ଟେଷ୍ଟ୍

gurudaspursp

Advertisment

ନୂଆଦିଲ୍ଲୀ: ନ୍ୟାସନାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସୀ (ଏନଆଇଏ) ଗୁରୁଦାସପୁର ଏସପି ସଲବିନ୍ଦର ସିଂହଙ୍କ ଲାଇ ଡିଟେକ୍ଟର ଟେଷ୍ଟ୍ କରାଇପାରେ। ପଠାନକୋଟ୍ ବିମାନଘାଟି ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସଂପର୍କରେ ବାରମ୍ବାର ବୟାନ ବଦଳାଉ ଥିବାରୁ ତାଙ୍କର ଲାଇ ଡିଟେକ୍ଟର ଟେଷ୍ଟ୍ କରିବାକୁ ଚାହୁଁଛି ଏନଆଇଏ। ସୂଚନାଯୋଗ୍ୟ, ପଠାନକୋଟ୍ ବିମାନଘାଟିରେ ଆକ୍ରମଣ କରିବା ପୂର୍ବରୁ ଆତଙ୍କବାଦୀମାନେ ଏସପି ସଲବିନ୍ଦର ସିଂହଙ୍କୁ ଅପହରଣ କରି ନେଇଥିବା କୁହାଯାଉଛି। ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଦେଇଥିବା ବେଳେ ତାଙ୍କ ଗାଡ଼ି ନେଇ ଚାଲି ଯାଇଥିଲେ।

Advertisment

ଏନଆଇର ଜଣେ ଅଧିକାରୀ କହିଛନ୍ତି, ଗୁରୁଦାସପୁର ଏସପି ବାରମ୍ବାର ତାଙ୍କ ବୟାନ ବଦଳାଉଛନ୍ତି। ପଠାନକୋଟ୍ ନିକଟସ୍ଥ ତାଲୁର ଗାଁର ଉକ୍ତ ଧାର୍ମିକ ସ୍ଥଳୀକୁ ଯିବାଠାରୁ ନେଇ ଫେରିବା ମଧ୍ୟରେ ଘଟିଥିବା ଘଟଣାଗୁଡ଼ିକ ସଂପର୍କରେ ତାଙ୍କର ବୟାନଗୁଡ଼ିକରେ ସମାନତା ରହୁ ନାହିଁ। ତେଣୁ ତାଙ୍କର ଲାଇ ଡିଟେକ୍ଟର ଟେଷ୍ଟ୍ କରାଯିବାକୁ ବିଚାର କରାଯାଉଛି। ସେଥିପାଇଁ ତାଙ୍କୁ ଦିଲ୍ଲୀ କିମ୍ବା ବେଙ୍ଗଲୁରୁ ଡକା ଯାଇ ପାରେ।

ତେବେ ଏସପି ବଲବିନ୍ଦରଙ୍କର କେବେ ଲାଇ ଡିଟେକ୍ଟର ଟେଷ୍ଟ୍ କରାଯିବ ତାହା ଜଣାପଡ଼ି ନାହିଁ। ପୁଣି ଏଥିପାଇଁ ଏସପି ରାଜି ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ।

Advertisment

ଏନଆଇର କହିବା କଥା ହେଉଛି ଏସପି ନିଜ କାମ ପାଇଁ ଲାଲବାତୀ ଗାଡ଼ି ବ୍ୟବହାର କରିବା ବେଆଇନ୍। ସେ ଲାଲବତୀ କାର୍ ନେଇ ଯାଇଥିବାରୁ ତାଙ୍କ ଗାଡ଼ିକୁ କେହି ଯାଞ୍ଚ କରି ନ ଥିଲେ। ତେଣୁ ଅନେକ ପୋଲିସ୍ ପୋଷ୍ଟକୁ ଆତଙ୍କବାଦୀମାନେ ସହଜରେ ପାର ହୋଇ ଯାଇଥିଲେ। ତାଙ୍କ କାର ପଠାନକୋଟ୍ ବିମାନଘାଟିର ଖୁବ୍ ନିକଟରୁ ମିଳିଥିଲା।

ସଲବିନ୍ଦରଙ୍କ କହିବା ଅନୁଯାୟୀ ସେ ପଠାନକୋଟ୍ ନିକଟସ୍ଥ ଏକ ଧାର୍ମିକସ୍ଥଳୀକୁ ଦର୍ଶନ କରିବାକୁ ଯାଇଥିଲେ। ସେଠାକୁ ସେ ନିୟମିତ ଦର୍ଶନ ପାଇଁ ଯାଆନ୍ତି। ସେଠାରୁ ଫେରିବା ବେଳେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ନେଇଥିଲେ। ଅନ୍ୟପକ୍ଷରେ ଉକ୍ତ ଧାର୍ମିକ ସ୍ଥଳୀରେ ଦେଖାରେଖା କରୁଥିବା ସୋମରାଜ କହିଛନ୍ତି ଯେ ଗତ ଡିସେମ୍ବର ୩୧ରେ ସେ ପ୍ରଥମ ଥର ପାଇଁ ଏସପିଙ୍କୁ ସେଠାରେ ଦେଖିଥିଲେ। ଏହା ପରେ ଏନଆଇଏର ସନ୍ଦେହ ସଲବିନ୍ଦରଙ୍କ ଉପରେ ବଢ଼ି ଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe