Advertisment

ବାହାରେ ବୁଲିବା ଅପେକ୍ଷା ଘରେ ରହିଲେ କରୋନା ସଂକ୍ରମଣର ଆଶଙ୍କା ଅଧିକ!

ସିଓଲ: ଆପଣ ଏବେ ଘରେ ବସିବସି ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ମହାମାରୀ କରୋନାକୁ ମାତ ଦେଇପାରିଥିବା ଦକ୍ଷିଣ କୋରିଆର ଗବେଷକମାନେ ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଭାରତ ଭଳି ଦେଶ ଗୁଡ଼ିକରେ ଘରେ ରହିବାକୁ ଲୋକଙ୍କୁ କୁହାଯାଉଥିଲେ ହେଁ ଗବେଷକମାନେ କିନ୍ତୁ ଏଥିରେ ଏକମତ ହୋଇନାହାନ୍ତି। ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଘରେ ରହୁଥିବା ଜଣେ ସୁସ୍ଥ ବ୍ୟକ୍ତି ତାଙ୍କ ପରିବାରର ଅନ୍ୟ ସଦସ୍ୟ ଦ୍ୱାରା ଅଧିକ ସଂକ୍ରମିତ […]

ଅଦ୍ୟତନ ହୋଇଛି
ବାହାରେ ବୁଲିବା ଅପେକ୍ଷା ଘରେ ରହିଲେ କରୋନା ସଂକ୍ରମଣର ଆଶଙ୍କା ଅଧିକ!

fs

Advertisment

ସିଓଲ: ଆପଣ ଏବେ ଘରେ ବସିବସି ମଧ୍ୟ ମହାମାରୀ କରୋନାରେ ଆକ୍ରାନ୍ତ ହୋଇପାରନ୍ତି। ମହାମାରୀ କରୋନାକୁ ମାତ ଦେଇପାରିଥିବା ଦକ୍ଷିଣ କୋରିଆର ଗବେଷକମାନେ ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି। କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଭାରତ ଭଳି ଦେଶ ଗୁଡ଼ିକରେ ଘରେ ରହିବାକୁ ଲୋକଙ୍କୁ କୁହାଯାଉଥିଲେ ହେଁ ଗବେଷକମାନେ କିନ୍ତୁ ଏଥିରେ ଏକମତ ହୋଇନାହାନ୍ତି।

Advertisment

ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଘରେ ରହୁଥିବା ଜଣେ ସୁସ୍ଥ ବ୍ୟକ୍ତି ତାଙ୍କ ପରିବାରର ଅନ୍ୟ ସଦସ୍ୟ ଦ୍ୱାରା ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ସିଡିସିରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଗବେଷକମାନେ କରୋନାରେ ପ୍ରଥମେ ଆକ୍ରାନ୍ତ ହୋଇଥିବା ୫,୭୦୬ ଜଣ ଓ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୫୯ ହଜାରରୁ ଅଧିକ ଲୋକଙ୍କୁ ନେଇ ସର୍ଭେ କରିଥିଲେ।

ପ୍ରତି ୧୦୦ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୨ ଜଣ ବାହାର ଲୋକଙ୍କ ଠାରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେହିପରି ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Advertisment

ବୟସ କଥା ବିଚାରକୁ ନେଲେ କରୋନା ଭାଇରସ ଯେ କୌଣସି ବ୍ୟକ୍ତିଙ୍କୁ ବି ସଂକ୍ରମଣ କରିପାରିବ। ୧୯ ବର୍ଷ ବୟସରୁ କମ ଓ ୬୦ ଏବଂ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ବି କରୋନା ଛାଡ଼ୁନାହିଁ। ତେବେ ଘରେ ରହୁଥିବା ଅଧିକାଂଶ କିଶୋର ଓ ବୟସ୍କ ବ୍ୟକ୍ତି ଅଧିକ ସଂକ୍ରମିତ ହେଉଥିବା ଜଣାପଡ଼ିଛି।

କେସିଡିସି ନିର୍ଦ୍ଦେଶକ କହିଛନ୍ତି, କିଶୋର ଓ ବୟସ୍କମାନେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଅଧିକ ଜଡ଼ିତ ହୋଇ ରହିଥାଆନ୍ତି। ତେଣୁ ସେମାନେ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଏବେ ଠାରୁ ପରିବାର ସଦସ୍ୟମାନେ ଏକାଠି ଖାଇବା ଓ ମିଶାମିଶି କରିବା ପ୍ରତି ସତର୍କ ଅବଲମ୍ବନ କରିବା ଉଚିତ।

ଛୋଟ ପିଲା କରୋନାରେ ଆକ୍ରାନ୍ତ ହେଲେ ମଧ୍ୟ ସେମାନଙ୍କ ଶରୀରରେ ଲକ୍ଷଣ ସାଧାରଣତଃ ଦେଖାଯାଏ ନାହିଁ। ତେଣୁ ପ୍ରାଥମିକ ଅବସ୍ଥାରେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ଛୋଟ ପିଲାଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା କମ ରହିଥାଇ ପାରେ ବୋଲି ଆଶା କରାଯାଉଛି। କିନ୍ତୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ।

ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ଯେ ଆପଣମାନେ ଘରେ ରହିଲେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତିପାରିବେ ନାହିଁ। ତେଣୁ ଘରେ ରହିଲେ ବି ସମସ୍ତେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ଉଚିତ। ମାସ୍କ ଓ ହାତ ମଧ୍ୟ ଧୋଇବା ଦରକାର।

Coronavirus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe