Advertisment

ଚୋରି ହେଲା ପ୍ରିୟଙ୍କାଙ୍କ ସମେତ ବହୁ ତାରକାଙ୍କ ବ୍ୟକ୍ତିଗତ ତଥ୍ୟ

ଲସଏଞ୍ଜେଲସ୍: ପ୍ରିୟଙ୍କା ଚୋପ୍ରା ଜୋନସ, ଲେଡି ଗାଗା, ମାଡୋନା, ନିକି ମିନାଜଙ୍କ ଭଳି ବିଶ୍ୱର ଲୋକପ୍ରିୟ ତାରକାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଯାଇଛି। ୟୁଏସସ୍ଥିତ ଏକ ବୃହତ୍ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଇନ ସଂସ୍ଥାରୁ ଅନଲାଇନ୍ ମାଧ୍ୟମରେ ହ୍ୟାକର୍ସମାନେ ତଥ୍ୟ ଚୋରି କରିନେଇଛନ୍ତି। ସୂଚନାନୁଯାୟୀ, ତଥ୍ୟ ଚୋରି ହୋଇଥିବା ନ୍ୟୁୟର୍କର ଏହି ସଂସ୍ଥାର ନାମ ହେଉଛି Grubman Shire Meiselas & Sacks। ତେବେ gsmlaw.com ହେଉଛି ଏହାର ଓ୍ୱେବସାଇଟ୍। ତେବେ ହ୍ୟାକର୍ସମାନେ REvil malware ସାହାଯ୍ୟରେ […]

ଚୋରି ହେଲା ପ୍ରିୟଙ୍କାଙ୍କ ସମେତ ବହୁ ତାରକାଙ୍କ ବ୍ୟକ୍ତିଗତ ତଥ୍ୟ

Pc

Advertisment

ଲସଏଞ୍ଜେଲସ୍: ପ୍ରିୟଙ୍କା ଚୋପ୍ରା ଜୋନସ, ଲେଡି ଗାଗା, ମାଡୋନା, ନିକି ମିନାଜଙ୍କ ଭଳି ବିଶ୍ୱର ଲୋକପ୍ରିୟ ତାରକାଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଯାଇଛି। ୟୁଏସସ୍ଥିତ ଏକ ବୃହତ୍ ଗଣମାଧ୍ୟମ ଏବଂ ମନୋରଞ୍ଜନ ଆଇନ ସଂସ୍ଥାରୁ ଅନଲାଇନ୍ ମାଧ୍ୟମରେ ହ୍ୟାକର୍ସମାନେ ତଥ୍ୟ ଚୋରି କରିନେଇଛନ୍ତି।

Advertisment

ସୂଚନାନୁଯାୟୀ, ତଥ୍ୟ ଚୋରି ହୋଇଥିବା ନ୍ୟୁୟର୍କର ଏହି ସଂସ୍ଥାର ନାମ ହେଉଛି Grubman Shire Meiselas & Sacks। ତେବେ gsmlaw.com ହେଉଛି ଏହାର ଓ୍ୱେବସାଇଟ୍। ତେବେ ହ୍ୟାକର୍ସମାନେ REvil malware ସାହାଯ୍ୟରେ ଓ୍ୱେବସାଇଟରେ ransomware ଆଟାକ୍ କରିଥିଲେ। ଏହାପରେ ବିଶ୍ୱବିଦିତ ତାରକାମାନଙ୍କ ବିଭିନ୍ନ ଚୁକ୍ତିନାମା, ଅଜ୍ଞାତ ଚୁକ୍ତିନାମା, ଫୋନ ନମ୍ୱର, ଇମେଲ ଆଇଡି ଭଳି ମୋଟ 756GBର ବ୍ୟକ୍ତିଗତ ତଥ୍ୟ ଆଦି ସେମାନେ ଚୋରି କରିନେଇଛନ୍ତି।

ଏମାନଙ୍କ ମଧ୍ୟ କ୍ରିଷ୍ଟିନା ଅଗୁଲେରା, ମାରିୟା କେରେ, ଯେସିକା ସିମ୍ପସନ, ନାଓମି କାମ୍ପବେଲ, ରୋବର୍ଟ ଦେ ନିରୋ, ସୋଫିଆ ଭେଗେରା, ସ୍ପାଇକ୍ ଲିଙ୍କ ଭଲି ବହୁ ନାମୀଦାମୀ ତାରକାର ନାଁ ସାମିଲ ରହିଛି। ଅନ୍ୟପଟେ ଏଭଳି ବିରାଟ ଧରଣର ହ୍ୟାକ୍ ପରେ ବି ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଓ୍ୱେବସାଇଟ୍ ଅଫ୍ ଲାଇନ୍ ଥିବା ବେଳେ କେବଳ ଲୋଗୋ ଦେଖିବାକୁ ମିଳିଛି।

Advertisment

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ସଂସ୍ଥା ସହ କେବଳ ବିଶ୍ୱର ନାମୀଦାମୀ ତାରକା ନୁହନ୍ତି, ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ସମ୍ପୃକ୍ତ। ଏମଟିଭି, ଏବିଏ ଏଣ୍ଟରଟେନମେଣ୍ଟ, ଇଏମଆଇ ମ୍ୟୁଜିକ୍ ଗ୍ରୁପ୍, ଫେସବୁକ୍, ଏଚବିଓ, ସୋନି କ୍ରୋପ୍, ସାମସଙ୍ଗ ଇଲେକ୍ଟ୍ରନିକ୍ସ, ପ୍ଲେ-ବୟ ଏଣ୍ଟରପ୍ରାଇଜେସ୍ ଭଳି କମ୍ପାନୀଗୁଡ଼ିକ gsmlaw.comର କ୍ଲାଇଣ୍ଟ ଅଟନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe