Advertisment

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦର। ଶନିବାର ପେଟ୍ରୋଲ ଦର ଲିଟର ପିଛା ୫୯ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି କରାଯାଇଛି। ଲଗାତର ୭ ଦିନ ହେଲା ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଛି। ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଏଣିକି ଦିଲ୍ଲୀରେ ପେଟ୍ରୋଲର ଦାମ ଲିଟର ପିଛା ୭୪.୫୭ ଟଙ୍କାରୁ ବର୍ଦ୍ଧିତ ହୋଇ ୭୫.୧୬ ଟଙ୍କା ହୋଇଛି। ସେହିପରି ଡିଜେଲ ଦର […]

ଅଦ୍ୟତନ ହୋଇଛି
ପୁଣି ବଢ଼ିଲା ପେଟ୍ରୋଲ୍‌ ଓ ଡିଜେଲ୍ ଦର

petrol-price

Advertisment

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ୍ ଦର। ଶନିବାର ପେଟ୍ରୋଲ ଦର ଲିଟର ପିଛା ୫୯ ପଇସା ବୃଦ୍ଧି ହୋଇଥିବା ବେଳେ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି କରାଯାଇଛି। ଲଗାତର ୭ ଦିନ ହେଲା ପେଟ୍ରୋଲ, ଡିଜେଲ ଦର ବଢ଼ି ଚାଲିଛି।

Advertisment

ସରକାରୀ ତୈଳ ବିପଣନ କମ୍ପାନୀଗୁଡ଼ିକର ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଏଣିକି ଦିଲ୍ଲୀରେ ପେଟ୍ରୋଲର ଦାମ ଲିଟର ପିଛା ୭୪.୫୭ ଟଙ୍କାରୁ ବର୍ଦ୍ଧିତ ହୋଇ ୭୫.୧୬ ଟଙ୍କା ହୋଇଛି। ସେହିପରି ଡିଜେଲ ଦର ଲିଟର ପିଛା ୭୨.୮୧ ଟଙ୍କାରୁ ବଢ଼ି ୭୩.୩୯ ଟଙ୍କା ହୋଇଯାଇଛି।

ସୂଚନାଯୋଗ୍ୟ, ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହେବ। ପ୍ରତ୍ୟେକ ରାଜ୍ୟରେ ଭାଟ୍ କିମ୍ବା ସ୍ଥାନୀୟ ବିକ୍ରି କର ଅନୁସାରେ ପେଟ୍ରୋଲ, ଡିଜେଲ ଦର ଭିନ୍ନ ଭିନ୍ନ ରହିବ। ତେବେ ଏଥରକୁ ମିଶାଇ ଲଗାତର ୭ମ ଥର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ସାତ ଦିନରେ ପେଟ୍ରୋଲ ଲିଟର ପିଛା ସର୍ବୋମୋଟ ୩.୯ ଟଙ୍କା ଏବଂ ଡିଜେଲ ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe