Advertisment

ସବୁ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଦର, ଲିଟର ପିଛା ୧୦୦ ଟଙ୍କା

ନୂଆଦିଲ୍ଲୀ: ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ବିଶେଷକରି ପେଟ୍ରୋଲ୍ ଦର ଏବେ ରେକର୍ଡ ଛୁଇଁଛି। ଏଭଳି ସ୍ଥିତିରେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ […]

ଅଦ୍ୟତନ ହୋଇଛି
ସବୁ ରେକର୍ଡ ଭାଙ୍ଗିଲା ପେଟ୍ରୋଲ ଦର, ଲିଟର ପିଛା ୧୦୦ ଟଙ୍କା

petrol

Advertisment

ନୂଆଦିଲ୍ଲୀ: ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର। ବିଶେଷକରି ପେଟ୍ରୋଲ୍ ଦର ଏବେ ରେକର୍ଡ ଛୁଇଁଛି। ଏଭଳି ସ୍ଥିତିରେ ରବିବାର ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ-ଡିଜେଲ୍ ବିକ୍ରି ସବୁ ରେକର୍ଡ ଭାଙ୍ଗି ଦେଇଛି। ଏଠାରେ ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲର ଦର ଲିଟର ପିଛା ୧୦୦.୫୧ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ସେହିପରି ଏଠାରେ ଡିଜେଲ୍ ଦର ଲିଟର ପିଛା ୮୯.୪୬ ଟଙ୍କାରେ ବିକ୍ରି ହେଉଛି। ତେବେ ଏଠାରେ ସାଧାରଣ ପେଟ୍ରୋଲ୍ ଦର ଲିଟରପିଛା ୯୭.୭୬ ଟଙ୍କାରେ ବିକ୍ରି ହେଉଛି।

Advertisment

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରେ ରବିବାର ପୁଣିଥରେ ବ୍ରେକ୍ ଲାଗିଛି। ତୈଳ ମାର୍କେଟିଂ କମ୍ପାନୀ ରବିବାର ପେଟ୍ରୋଲ ଓ ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ କରିନାହିଁ। ଏହା ପୂର୍ବରୁ ଲଗାତର ଦୁଇଦିନ ଧରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ୍ ଦର ପିଛା ୫୦ ପଇସା ବୃଦ୍ଧି ହୋଇଥିଲା। ଦେଶର ଅନ୍ୟ ସହର ଗୁଡ଼ିକରେ ମଧ୍ୟ ପେଟ୍ରୋଲ ଦର ଆକାଶଛୁଆଁ ରହିଛି।

ଇଣ୍ଡିଆନ୍ ଅଏଲର ୱେବସାଇଟ୍ ଅନୁଯାୟୀ, ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲର ଦର ଯଥାକ୍ରମେ ଲିଟର ପିଛା ୮୫.୭୦ ଟଙ୍କା, ୮୭.୧୧ ଟଙ୍କା, ୯୨.୨୮ ଟଙ୍କା ଓ ୮୮.୨୯ ଟଙ୍କା ରହିଛି। ସେହିପରି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ୍ ଦର ଲିଟର ପିଛା ଯଥାକ୍ରମେ ୭୫.୮୮ ଟଙ୍କା, ୭୯.୪୮ ଟଙ୍କା, ୮୨.୬୬ ଟଙ୍କା ଓ ୮୧.୧୪ ଟଙ୍କା ରହିଛି।

Advertisment

ଅଧିକ ପଢ଼ନ୍ତୁ : ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

Petrol Price Hike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe