Advertisment

ବେଲଗାମ ତେଲ ଦର, ଆଜି ବି ବଢ଼ିଲା

ନୂଆଦିଲ୍ଲୀ: କମିବାର ନାଁ ନେଉନି ତେଲ ଦର। ଆଜି ବି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ଆକାଶ ଛୁଆଁରେ ପହଞ୍ଚିଛି ତେଲ ଦର। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୧୬ ପଇସା ବଢି ୭୮ ଟଙ୍କା ୮୪ ପଇସା ଥିବାବେଳେ ଡିଜେଲ ଦର ୩୪ ପଇସା ବଢି ୭୦ ଟଙ୍କା ୭୬ ପଇସା ରହିଛି । ସେହିପରି  ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ଦର ୭୫ […]

ସାମାନ୍ୟ କମିଲା ପେଟ୍ରୋଲ ଓ ଡିଜେଲ ଦର

petrol-diesel-reuters-ii

Advertisment

ନୂଆଦିଲ୍ଲୀ: କମିବାର ନାଁ ନେଉନି ତେଲ ଦର। ଆଜି ବି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ ଆକାଶ ଛୁଆଁରେ ପହଞ୍ଚିଛି ତେଲ ଦର। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ୧୬ ପଇସା ବଢି ୭୮ ଟଙ୍କା ୮୪ ପଇସା ଥିବାବେଳେ ଡିଜେଲ ଦର ୩୪ ପଇସା ବଢି ୭୦ ଟଙ୍କା ୭୬ ପଇସା ରହିଛି । ସେହିପରି  ବାଣିଜ୍ୟ ନଗରୀ ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୨୫ ପଇସା ଥିବାବେଳେ ଡିଜେଲ ଦର ୭୫ ଟଙ୍କା ୧୨ ପଇସା ରହିଛି। ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ  ପୁଣି ୧୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୭.୬୦ ଟଙ୍କାରେ ପହଞ୍ଚିଛି ଏବଂ ଡିଜେଲ ୩୭ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୭୫.୮୦ ଟଙ୍କା ଛୁଇଁଛି। ଗତକାଲି ଭୁବନେଶ୍ୱରରେ ପେଟ୍ରୋଲ ୧୬ ପଇସା ବୃଦ୍ଧି ପାଇଥିଲା ବେଳେ ଡିଜେଲ ୨୩ ପଇସା ବୃଦ୍ଧି ପାଇଥିଲା।

Advertisment

ତେବେ ଶେଷ ଥର ପାଇଁ ଅଗଷ୍ଟ ୨୪ରେ ଡିଜେଲ ଉପରେ ୪ ପଇସା  କମିଥିଲା ବେଳେ ପେଟ୍ରୋଲ ୫ ପଇସା କମିଥିଲା। ଲଗାତାର ୧୭ ଦିନ ହେବ ତେଲ ଦର ବଢିଚାଲିଛି । ଗତ ମାସ ୧୬ ତାରିଖରୁ ତୈଳ ଦର ଅହେତୁକ ବୃଦ୍ଧି ପାଇଚାଲିଛି । ଯାହାକୁ ନେଇ ଖାଉଟିମାନେ ଅସନ୍ତୋଷ ଜାହିର  କରିଛନ୍ତି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରସଙ୍ଗରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୟାନ ରଖିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ମନମୋହନ ସିଂଙ୍କ ସରକାର ସମୟରେ ଦେଶରେ ଋଣ ଭାର ବଢିଛି। କଂଗ୍ରେସ ସରକାର ଦେଶକୁ ଦେବାଳିଆ କରିଛି। ତା’ସହ ଅନ୍ତର୍ଜାତୀୟ ବଜାରରେ  ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଉଥିବା କହିଛନ୍ତି ଧର୍ମେନ୍ଦ୍ର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe