Advertisment

ଫିଲିପାଇନ୍ସ ମୁହାଁ ସାମୁଦ୍ରିକ ଝଡ଼ 'ନାଓଲ୍'

ଫିଲିପାଇନ୍ସ: ମାଡ଼ି ଆସୁଛି ଆଉ ଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ‘ନାଓଲ୍’। ଆସନ୍ତାକାଲି ଏହା ଫିଲିପାଇନ୍ସରେ ମାଡ଼ ହେବା ଆଶଙ୍କ। ରହିଛି। ଏହାର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟରରୁ ୨୧୦ କିଲୋମିଟର ରହିପାରେ। ଏଥିପାଇଁ ଫିଲିପାଇନ୍ସ ସରକାର ଏବେ ଉତ୍ତର-ପୂର୍ବାଞ୍ଚଳ ଦ୍ୱୀପଗୁଡ଼ିକରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ କରିଛନ୍ତି। ଆଉଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼। ସାତ ହଜାର ଶହେ ସାତ ଦ୍ୱୀପକୁ ନେଇ ଗଠିତ ଫିଲିପାଇନ୍ସର ଉତ୍ତରରେ ଥିବା ଲୁଜନ୍ ଦ୍ୱୀପ ଆଡ଼କୁ ମାଡ଼ି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଫିଲିପାଇନ୍ସ ମୁହାଁ ସାମୁଦ୍ରିକ ଝଡ଼ 'ନାଓଲ୍'

cloud

ଫିଲିପାଇନ୍ସ: ମାଡ଼ି ଆସୁଛି ଆଉ ଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ 'ନାଓଲ୍'। ଆସନ୍ତାକାଲି ଏହା ଫିଲିପାଇନ୍ସରେ ମାଡ଼ ହେବା ଆଶଙ୍କ। ରହିଛି। ଏହାର ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟରରୁ ୨୧୦ କିଲୋମିଟର ରହିପାରେ। ଏଥିପାଇଁ ଫିଲିପାଇନ୍ସ ସରକାର ଏବେ ଉତ୍ତର-ପୂର୍ବାଞ୍ଚଳ ଦ୍ୱୀପଗୁଡ଼ିକରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଆରମ୍ଭ କରିଛନ୍ତି। ଆଉଏକ ଶକ୍ତିଶାଳୀ ସାମୁଦ୍ରିକ ଝଡ଼। ସାତ ହଜାର ଶହେ ସାତ ଦ୍ୱୀପକୁ ନେଇ ଗଠିତ ଫିଲିପାଇନ୍ସର ଉତ୍ତରରେ ଥିବା ଲୁଜନ୍ ଦ୍ୱୀପ ଆଡ଼କୁ ମାଡ଼ି ଆସୁଛି ଏହି ଝଡ଼। ବୈଜ୍ଞାନିକମାନେ ଏହାର ନାଁ ରଖିଛନ୍ତି "ନାଓଲ୍'। କାଟେଗୋରୀ-୪ରେ ଆସୁଥିବା ଏହି ତୋଫ।ନର ବେଗ ଅତି କମରେ ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିପାରେ। ବେଳେବେଳେ ଏହାର ବେଗ ୨୧୦ କିଲୋମିଟରରେ ପହଁଚିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କ। କରୁଛନ୍ତି। ଏହା ସୁପର ଟାଇଫୁନ୍ ରୂପ ନେବାର ଆଶଙ୍କ। ମଧ୍ୟ ରହିଛି। ଏହି ଝଡ଼ ଯୋଗୁ ପଶ୍ଚିମ ପ୍ରଶାନ୍ତ ମହାସାଗରରୁ ପୂର୍ବ ଉପକୂଳ ଅଞ୍ଚଳକୁ ଅଢେ଼ଇ ମିଟର ଉଚ୍ଚତାର ସମୁଦ୍ର ଢେ଼ଉ ମାଡ଼ି ଆସିପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିବା ପରେ ଫିଲିପାଇନ୍ସ ସରକାର ଏହା ମଧ୍ୟରେ ହଜାର ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି। ବର୍ଷକୁ ପ୍ରାୟ ୨୦ଟି ଝଡ଼ତୋଫ।ନର ସାମ୍ନା କରୁଥିବା ଫିଲିପାଇନ୍ସ ପାଇଁ ଆଗ୍ନେୟଗିରି ଉଦ୍ଗୀରଣ ମଧ୍ୟ ଆଉ ଏକ ବଡ଼ ବିପଦ। ଗତ ସପ୍ତାହରେ ଦେଶର ଉତ୍ତର ଭାଗରେ ଥିବା ମାଉଣ୍ଟ ବୁଲୁସାନ୍ରୁ ଆଗ୍ନେୟ ଉଦ୍ଗୀରଣ ହୋଇଥିବାରୁ ପ୍ରବଳ ବର୍ଷା ହେଲେ ଆଗ୍ନେୟଗିରିର କାଦୁଅ ଓ ମଇଳା ଜନବସତିକୁ ମାଡ଼ି ଆସି ଘରଦ୍ବାର ଭସାଇ ନେବା ଆଶଙ୍କ। ରହିଛି। ସେଥିପାଇଁ ସରକାର ପାହାଡ଼ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି। ୨୦୧୩ରେ ସୁପର ଟାଇଫନ୍ 'ହାୟାନ୍', ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ପ୍ରାୟ ୮ ହଜାର ଲୋକ ମୃତାହତ ହୋଇଥିଲେ।

Advertisment