Advertisment

ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କୋପ୍ପୁ’ ପାଇଁ ହାଇ ଆଲର୍ଟ

ମାନିଲା: ଆସନ୍ତା ତିନି ଦିନ ମଧ୍ୟରେ ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିପାରେ ସାମୁଦ୍ରିକ ଝଡ଼ ‘ଟାଇଫୁନ୍ କୋପ୍ପୁ’। ରବିବାରଠାରୁ ଏହା ଫିଲିଫାଇନ୍ସ ଉପରେ ରହିବ ଓ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହାର ଛାଡ଼ି ଯିବାର କୌଣସି ସମ୍ଭାବନା ନାହିଁ ବୋଲି ଦେଶର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ଦେଶରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହେବ। ରବିବାର ଫିଲିଫାଇନ୍ସ ଉପକୂଳ ଛୁଇଁବାକୁ ଥିବା ଚଳିତ ବର୍ଷର ଏହି ଦ୍ୱିତୀୟ ସାମୁଦ୍ରିକ ଝଡ଼ ଯୋଗୁଁ […]

ଅଦ୍ୟତନ ହୋଇଛି
ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କୋପ୍ପୁ’ ପାଇଁ ହାଇ ଆଲର୍ଟ

typhoon koppu

Advertisment

ମାନିଲା: ଆସନ୍ତା ତିନି ଦିନ ମଧ୍ୟରେ ଫିଲିପାଇନ୍ସରେ ବ୍ୟାପକ କ୍ଷତି କରିପାରେ ସାମୁଦ୍ରିକ ଝଡ଼ ‘ଟାଇଫୁନ୍ କୋପ୍ପୁ’। ରବିବାରଠାରୁ ଏହା ଫିଲିଫାଇନ୍ସ ଉପରେ ରହିବ ଓ ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଏହାର ଛାଡ଼ି ଯିବାର କୌଣସି ସମ୍ଭାବନା ନାହିଁ ବୋଲି ଦେଶର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟ ମଧ୍ୟରେ ଦେଶରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ତୋଫାନ ହେବ।

Advertisment

ରବିବାର ଫିଲିଫାଇନ୍ସ ଉପକୂଳ ଛୁଇଁବାକୁ ଥିବା ଚଳିତ ବର୍ଷର ଏହି ଦ୍ୱିତୀୟ ସାମୁଦ୍ରିକ ଝଡ଼ ଯୋଗୁଁ ଘଣ୍ଟା ପ୍ରତି ସର୍ବନିମ୍ନ ୧୬୦ କିଲୋମିଟରରୁ ୧୯୫ କିଲୋମିଟର ଯାଏଁ ପବନ ବହିବାର ସମ୍ଭାବନା ରହିଛି। ଏଥିଯୋଗୁଁ ରାଜଧାନୀ ମାନିଲା ସମେତ ବହୁ ସହରରେ ବ୍ୟାପକ କ୍ଷତି ପହଞ୍ଚବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସମ୍ଭାବନା ରହିଛି। ସେଥିପାଇଁ ମାନିଲା ସମେତ ଅନ୍ୟ ସ୍ଥାନଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ଉପକୂଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। କୋପ୍ପୁ ପ୍ରଭାବରେ ଉପୁଜିଯିବାକୁ ଥିବା ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ଓ ଅଗ୍ନୀଶମ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ସାମୁଦ୍ରିକ ଝଡ ‘ଟାଇଫୁନ୍ କୋପ୍ପୁ’ ଯୋଗୁଁ ସମୁଦ୍ରରେ ୧୫ ରୁ ୧୬ ଫୁଟ ଉଚ୍ଚତାରେ ଜୁଆର ଆସିବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଫିଲିପାଇନ୍ସ ସରକାର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe