Advertisment

ବାୟୁସେନା ବିମାନ ଜଳିଗଲା, ପାଇଲଟ୍‌ ସୁରକ୍ଷିତ

ଯୋଧପୁର: ରାଜସ୍ଥାନର ଯୋଧପୁର ବନାଡ଼ ଥାନା ଅନ୍ତର୍ଗତ ଦେବାରିଆ ଗାଁ ନିକଟରେ ଆଜି ସକାଳେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଯାନ୍ତ୍ରିକ ତ୍ରୁଟି ଯୋଗୁ ବାୟୁସେନାର ମିଗ୍‌- ୨୭ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି। ହେଲେ ଏଥିରେ ଥିବା ପାଇଲଟ୍ ସୁରକ୍ଷିତ ଅଛନ୍ତି।  ଦୁର୍ଘଟଣା ପରେ ପରେ ପ୍ରଥମେ ଘଟଣାସ୍ଥଳରେ ଦମକଳ ଗାଡ଼ି ଯାଇ ପହଞ୍ଚିଥିଲା। ଏଥିସହ ଏୟାରଫୋର୍ସ ଅଧିକାରୀ ଓ  ଯବାନ ମଧ୍ୟ ସେଠାରେ ପହଞ୍ଚିଥିଲେ।  ଏହି […]

author-image
Mihir Pattnayak
ଅଦ୍ୟତନ ହୋଇଛି
ବାୟୁସେନା ବିମାନ ଜଳିଗଲା, ପାଇଲଟ୍‌ ସୁରକ୍ଷିତ

kif

 ଯୋଧପୁରରାଜସ୍ଥାନର ଯୋଧପୁର ବନାଡ଼ ଥାନା ଅନ୍ତର୍ଗତ ଦେବାରିଆ ଗାଁ ନିକଟରେ ଆଜି ସକାଳେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

 ଯାନ୍ତ୍ରିକ ତ୍ରୁଟି ଯୋଗୁ ବାୟୁସେନାର ମିଗ୍‌- ୨୭ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିମାନଟି ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି। ହେଲେ ଏଥିରେ ଥିବା ପାଇଲଟ୍ ସୁରକ୍ଷିତ ଅଛନ୍ତି।

 ଦୁର୍ଘଟଣା ପରେ ପରେ ପ୍ରଥମେ ଘଟଣାସ୍ଥଳରେ ଦମକଳ ଗାଡ଼ି ଯାଇ ପହଞ୍ଚିଥିଲା। ଏଥିସହ ଏୟାରଫୋର୍ସ ଅଧିକାରୀ ଓ  ଯବାନ ମଧ୍ୟ ସେଠାରେ ପହଞ୍ଚିଥିଲେ।

Advertisment

 ଏହି ଘଟଣାର କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି।

 ବାୟୁସେନାର ଜଣେ ପ୍ରବକ୍ତା କହିଛନ୍ତି,“ସକାଳେ ୮ଟା ୫୦ ମିନିଟ୍‌ରେ ମିଗ୍‌-୨୭ ବିମାନ ଉଡ଼ାଣ ଭରିଥିଲା। ହେଲେ ପ୍ରାୟ ୯ ଟା ୨ମିନିଟ୍‌ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।”