Advertisment

'ପିଏମ୍ ନିରବ, କରୋନାକୁ ହରାଇବା ପାଇଁ ପ୍ଲାନ୍ ନାହିଁ'

ନୂଆଦିଲ୍ଲୀ: ଶନିବାର ପୁଣିଥରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କରୋନା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ହରାଇବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ରଣନୀତି ନାହିଁ ବୋଲି ରାହୁଲ୍ ଗାନ୍ଧୀ କହିଛନ୍ତି। ରାହୁଲ ଟୁଇଟ୍ କରି କହିଛନ୍ତି, “ଦେଶରେ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସରକାରଙ୍କ ପାଖରେ ଏହାକୁ ରୋକିବା ପାଇଁ ଆବଶ୍ୟକ ରଣନୀତି ନାହିଁ। ପ୍ରଧାନମନ୍ତ୍ରୀ ନିରବ ରହିଛନ୍ତି। ସେ କରୋନା ଆଗରେ ଆତ୍ମସମର୍ପଣ […]

author-image
Subhransu Sekhar
ଅଦ୍ୟତନ ହୋଇଛି
କରୋନା ମୁକାବିଲା ଓ ଚୀନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍

rahul-gandhi

ନୂଆଦିଲ୍ଲୀ: ଶନିବାର ପୁଣିଥରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କରୋନା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ହରାଇବା ପାଇଁ ସରକାରଙ୍କ ପାଖରେ ଆବଶ୍ୟକ ରଣନୀତି ନାହିଁ ବୋଲି ରାହୁଲ୍ ଗାନ୍ଧୀ କହିଛନ୍ତି।

Advertisment

ରାହୁଲ ଟୁଇଟ୍ କରି କହିଛନ୍ତି, “ଦେଶରେ କରୋନା ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ସରକାରଙ୍କ ପାଖରେ ଏହାକୁ ରୋକିବା ପାଇଁ ଆବଶ୍ୟକ ରଣନୀତି ନାହିଁ। ପ୍ରଧାନମନ୍ତ୍ରୀ ନିରବ ରହିଛନ୍ତି। ସେ କରୋନା ଆଗରେ ଆତ୍ମସମର୍ପଣ କରିଛନ୍ତି”।

https://twitter.com/RahulGandhi/status/1276716986253193229

ସୂଚନାଯୋଗ୍ୟ, ଶୁକ୍ରବାର ମୋଟ ୧୮,୫୭୨ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ କେବେ ବି ଗୋଟିଏ ଦିନରେ ୧୮ ହଜାର ବା ତା’ଠୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଛି।

Advertisment