ଆରମ୍ଭ ହେଲା ଦେଶର ପ୍ରଥମ ସି-ପ୍ଲେନ୍ ସେବା, ପ୍ରଧାନମନ୍ତ୍ରୀ କଲେ ଉଦଘାଟନ

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେଓ୍ୱଡ଼ିଆ-ସାବରମତି ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ସି-ପ୍ଲେନରେ କେଓ୍ୱାଡ଼ିଆଠାରୁ ଅହମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟହ ଅହମଦାବାଦରୁ କେଓ୍ୱାଡ଼ିଆ ଏବଂ କେଓ୍ୱାଡ଼ିଆରୁ ଅହମଦାବାଦ ଏହି ସେବା ଉପଲବ୍ଧ ରହିବ। ଉଦଘାଟନୀ ଉତ୍ସବ ଅବସରରେ ମୋଦି ନିଜେ ମଧ୍ୟ ସି-ପ୍ଲେନରେ ଯାତ୍ରା କରିଛନ୍ତି। ଏହାପୂର୍ବରୁ […]

seaplane

Pragnya Choudhury
  • Published: Saturday, 31 October 2020
  • , Updated: 31 October 2020, 02:34 PM IST

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କେଓ୍ୱଡ଼ିଆ-ସାବରମତି ରିଭରଫ୍ରଣ୍ଟ ସି-ପ୍ଲେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତି ଅବସରରେ ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦି ନିଜେ ମଧ୍ୟ ସି-ପ୍ଲେନରେ କେଓ୍ୱାଡ଼ିଆଠାରୁ ଅହମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି।

ପର୍ଯ୍ୟଟକଙ୍କ ପାଇଁ ପ୍ରତ୍ୟହ ଅହମଦାବାଦରୁ କେଓ୍ୱାଡ଼ିଆ ଏବଂ କେଓ୍ୱାଡ଼ିଆରୁ ଅହମଦାବାଦ ଏହି ସେବା ଉପଲବ୍ଧ ରହିବ। ଉଦଘାଟନୀ ଉତ୍ସବ ଅବସରରେ ମୋଦି ନିଜେ ମଧ୍ୟ ସି-ପ୍ଲେନରେ ଯାତ୍ରା କରିଛନ୍ତି। ଏହାପୂର୍ବରୁ କେଓ୍ୱାଡ଼ିଆସ୍ଥିତ ଏକତା କ୍ରୁଜ୍ ମଧ୍ୟ ମୋଦି ଉଦଘାଟନ କରିଛନ୍ତି। ସାବରମତି ରିଭରଫ୍ରଣ୍ଟରୁ କେଓ୍ୱାଡ଼ିଆସ୍ଥିତ ଷ୍ଟାଚ୍ୟୁ ଅଫ୍ ୟୁନିଟି ପର୍ଯ୍ୟନ୍ତ ଏହି ସି-ପ୍ଲେନ୍ ସେବା ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ଦେଶରେ ପ୍ରଥମଥର ଆରମ୍ଭ ହେଲା ସି-ପ୍ଲେନ୍ ସେବା। ଗୁଜରାଟ ନର୍ମଦା ଜିଲ୍ଲା କେଓ୍ୱାଡ଼ଇାରୁ ଅହମଦାବାଦର ଷ୍ଟାଚ୍ଯୁ ଅଫ୍ ୟୁନିଟି ଯାଏ ପ୍ରଥମ ଉଡ଼ାଣ ଭରିଥିଲା ସି-ପ୍ଲେନ୍। ମୋଦି ନିଜେ ଏହି ସି- ପ୍ଲେନରେ ବସି ଷ୍ଟାଚ୍ୟୁ ଅଫ୍ ୟୁନିଟିରୁ ସାବରମତୀ ଆଶ୍ରଶ୍ରମ ଯାଏ ଯାଇଛନ୍ତି। ଏହା ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି ସି-ପ୍ଲେନ୍ ପ୍ରୋଜେକ୍ଟ, ଯାହାକୁ ଏବେ ଷ୍ଟାଚ୍ୟୁ ଅଫ୍ ୟୁନିଟି ସହ ଯୋଡ଼ାଯାଇଛି। ଆସନ୍ତାକାଲିଠାରୁ ସି-ପ୍ଲେନ୍ ଆନୁଷ୍ଠାନିକ ଭାବେ ଚାଲିବ। ଉଡ଼ାଣ ଯୋଜନା ସହିତ ପର୍ଯ୍ୟଟନ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।

Related story