/odisha-reporter/media/post_attachments/uploads/2020/03/Modi-4.jpg)
Modi
ନୂଆଦିଲ୍ଲୀ: କରୋନାର ମୁକାବିଲା ଓ ସଚେତନତା ପାଇଁ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ଅଣ୍ଟା ଭିଡ଼ିବାକୁ ଭାରତର ଆହ୍ୱାନକୁ ଏବେ ସକାରାତ୍ମକ ପ୍ରତିକ୍ରିୟା ମିଳିବାରେ ଲାଗିଛି। ପ୍ରଥମେ ଆଲୋଚନା ପାଇଁ ସହମତି ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବରେ ଏକାଠି ହୋଇଛନ୍ତି ଏହି ସବୁ ରାଷ୍ଟ୍ର। ଆଜି ଭିଡିଓ କନ୍ଫରେନ୍ସିଂରେ ମୋଦି ଉଦ୍ବୋଧନ ଆରମ୍ଭ କରିଥିଲେ। ଏହି ଅବସରରେ ସେ ଭାରତ ନେଉଥିବା ପଦକ୍ଷେପ ବାବଦରେ ଆଲୋକପାତ କରିଛନ୍ତି।
ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏହି ଅବସରରେ କୋଭିଡ୍-୧୯ ଜରୁରୀକାଳୀନ ଫଣ୍ଡ ବାବଦରେ ଘୋଷଣା କରିଛନ୍ତି। ଏଥିସହିତ ୧୦ ମିଲିଅନ୍ ଆମେରିକୀୟ ଡଲାର ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ଆମେ ଏକାଠି କରୋନାର ମୁକାବିଲା କରିପାରିବା, ଅଲଗା ଅଲଗା ନୁହେଁ।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତରୁ ଏକ ଡାକ୍ତରୀ ଟିମ୍ ଯେକୌଣସି ସାର୍କ ସହଯୋଗୀ ରାଷ୍ଟ୍ରଙ୍କ ଆବଶ୍ୟକତା ସ୍ଥଳେ ପହଞ୍ଚିବେ। ମୋଦି କହିଛନ୍ତି, ଭାରତର ପଡ଼ୋଶୀ ରାଷ୍ଟ୍ରମାନେ ଇଣ୍ଟିଗ୍ରେଟେଡ୍ ଡିଜିଜ୍ ସର୍ଭେଲାନ୍ସ ପୋର୍ଟାଲ (ଆଇଡିଏସ୍ପି) ପାଇଁ ବିଚାର କରିପାରନ୍ତି। ଏଥିରେ ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରିବା ଏବଂ ନଜର ରଖିବାରେ ସହାୟକ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
