Advertisment

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନସ୍ଥ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପିଏମ୍-କିଷାନ ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଭିନ୍ନ ଭିନ୍ନ ସହାୟତା ଘୋଷଣା କରିଛନ୍ତି। ଏହାସହ ଏହି ଭର୍ଚୁଆଲ କାର‌୍ୟ୍ୟକ୍ରମରେ କୃଷି ଭିତ୍ତିଭୂମି ପାଣ୍ଠିରୁ ସାଢ଼େ ଆଠ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ରାଶି ମଧ୍ୟ ଯୋଗାଇଦେଇଛନ୍ତି। ୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ୧୭ ହଜାର କୋଟି ଟଙ୍କା ଆଜି ପଠାଇଛନ୍ତି ପ୍ରଧାନମନ୍ତ୍ରୀ […]

author-image
Pragnya Choudhury
ଅଦ୍ୟତନ ହୋଇଛି
୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନସ୍ଥ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପିଏମ୍-କିଷାନ ଯୋଜନା ଅନୁଯାୟୀ ପ୍ରଧାନମନ୍ତ୍ରୀ ଭିନ୍ନ ଭିନ୍ନ ସହାୟତା ଘୋଷଣା କରିଛନ୍ତି। ଏହାସହ ଏହି ଭର୍ଚୁଆଲ କାର‌୍ୟ୍ୟକ୍ରମରେ କୃଷି ଭିତ୍ତିଭୂମି ପାଣ୍ଠିରୁ ସାଢ଼େ ଆଠ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ରାଶି ମଧ୍ୟ ଯୋଗାଇଦେଇଛନ୍ତି।

Advertisment

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ ୧୭ ହଜାର କୋଟି ଟଙ୍କା ଆଜି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍-କିଷାନ ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ହଜାର ସହାୟତା ରାଶି ଦେବା ଲକ୍ଷ୍ୟରେ ଏହି ଟଙ୍କା ଯୋଗାଇଦିଆଯାଇଛି। ୨୦୧୮ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନାର ୬ଷ୍ଠ କିସ୍ତି ଭାବେ ଚାଷୀମାନେ ସିଧାସଳଖ ନିଜ ବ୍ୟାଙ୍କ୍ ଆକାଉଣ୍ଟରେ ଏହି ଟଙ୍କା ପାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସାଢ଼େ ୮ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ପିଏମ୍-କିଷାନ୍ ନିଧି ଭାବରେ ୧୭ ହଜାର କୋଟି ଟଙ୍କା ଟ୍ରାନ୍ସଫର୍ କରିବା ସମୟରେ ମୁଁ ଖୁବ୍ ସନ୍ତୁଷ୍ଟି ଅନୁଭବ କରୁଛି। ସନ୍ତୋଷଜନକ ବିଷୟ ହେଲା, ଏହି ଯୋଜନାର ଯାହା ଲକ୍ଷ୍ୟ ରହିଛି, ତାହା ସଫଳ ହେଉଛି। ଗତ ଦେଢ଼ ବର୍ଷରେ ଏହି ଯୋଜନା ମାଧ୍ୟମରେ ୭୫ ହଜାର କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଭର୍ତ୍ତି କରାଯାଇଛି। ଏଥିରୁ ୨୨ ହଜାର କୋଟି ଟଙ୍କା କେବଳ କରୋନା ଲକଡାଉନ୍ ସମୟରେ ହିଁ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଯାଇଛି ବୋଲି ମୋଦି କହିଛନ୍ତି।

Advertisment

ଏହି ଅବସରରେ ପ୍ରଧାନମନ୍ତ୍ରୀ ନୂତନ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ନୂଆ ଯୋଜନା ଅନୁଯାୟୀ କୃଷକ ଗୋଷ୍ଠୀ ଓ କୃଷି ସମିତିଗୁଡ଼ିକୁ ଗୋଦାମ, ଶୀତଳଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ସମ୍ବନ୍ଧୀୟ ଶିଳ୍ପ ନିର୍ମାଣ କରିବାକୁ ୧ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ପୂର୍ବରୁ e-NAM ଜରିଆରେ ଏକ ଟେକ୍ନୋଲୋଜୀ ଆଧାରିତ ବୃହତ୍ ବ୍ୟବସ୍ଥା କରାଯାଇଛି। ଏବେ ନୂଆ ଆଇନ୍ ଅଣାଯାଇ କୃଷକଙ୍କୁ ମଣ୍ଡିର ନୀତିନିୟମ ଏବଂ ଟ୍ୟାକ୍ସ ବୋଝରୁ ମୁକ୍ତ କରିଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Narendra Modi