Advertisment

୨୩ରୁ ୭ ଦିନିଆ ଆମେରିକା ଓ ଆୟରଲ୍ୟାଣ୍ଡ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଦ୍ୱିତୀୟ ଥର ପାଇଁ ୟୁନାଇଟେଡ ଷ୍ଟେଟ୍ସ ଓ ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡ ଗସ୍ତରେ ଯିବେ। ମୋଦିଙ୍କ ଏହି ଗସ୍ତ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ଏଥିରେ ସେ ଉଭୟ ରାଷ୍ଟ୍ରର ପ୍ରମୁଖ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାରର କାର୍ଯ୍ୟକ୍ରମ ରହିଛି। ତେବେ ମୋଦି ବିଗତ ୬୦ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଆୟାରଲ୍ୟାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ମୋଦି ଆୟାରଲ୍ୟାଣ୍ଡର ରାଷ୍ଟ୍ରମୁଖ୍ୟ ଏନଣ୍ଡା […]

ଦେଶର ବିକାଶରେ ବାଧକ ସାଜିଛନ୍ତି ୪୦ ସାଂସଦ: ମୋଦି

Modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଦ୍ୱିତୀୟ ଥର ପାଇଁ ୟୁନାଇଟେଡ ଷ୍ଟେଟ୍ସ ଓ ପ୍ରଥମଥର ପାଇଁ ଆୟରଲ୍ୟାଣ୍ଡ ଗସ୍ତରେ ଯିବେ। ମୋଦିଙ୍କ ଏହି ଗସ୍ତ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ଏଥିରେ ସେ ଉଭୟ ରାଷ୍ଟ୍ରର ପ୍ରମୁଖ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାରର କାର୍ଯ୍ୟକ୍ରମ ରହିଛି। ତେବେ ମୋଦି ବିଗତ ୬୦ ବର୍ଷ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଆୟାରଲ୍ୟାଣ୍ଡ ଗସ୍ତ କରୁଛନ୍ତି। ସେଠାରେ ମୋଦି ଆୟାରଲ୍ୟାଣ୍ଡର ରାଷ୍ଟ୍ରମୁଖ୍ୟ ଏନଣ୍ଡା କେନ୍ନିଙ୍କୁ ଭେଟିବା ପରେ ଦେଶର ଉଦ୍ୟୋଗପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ମୋଦି ସେପ୍ଟେମ୍ବର ୨୪ରୁ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତ କରିବେ। ସେଠାରେ ସେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ଆମେରିକାର ରାଷ୍ଟ୍ରପତି ବାରାକ ଓବମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବିଶ୍ୱଶାନ୍ତି ସସମ୍ବିଳନୀରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ଜି-୪ ମୁଖ୍ୟଙ୍କ ସହ ନ୍ୟୁୟର୍କରେ ହେବାକୁ ଥିବା ସମ୍ମିଳନୀରେ ଯୋଗଦେବେ। ଏଥିରେ ବ୍ରାଜିଲ, ଜର୍ମାନୀ, ଭାରତ ଓ ଜପାନ ରହିଛନ୍ତି। ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଆମେରିକାର ୱେଷ୍ଟକୋଷ୍ଟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେପ୍ଟେମ୍ବର ୨୭ରେ ସେ ଭାରତ ପକ୍ଷରୁ ଇଣ୍ଡିଆ-ୟୁଏସ ଷ୍ଟାଟୟଅପ୍ କନେକ୍ଟ-୨୦୧୫ରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦି ପ୍ରବାସୀ ଭାରତୀୟଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe