Advertisment

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲୋକନୀତି-ସିଏସଡିଏସ୍ ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଢେର ଅଧିକ ରହିଛି। ସେହିପରି ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା ମଧ୍ୟ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାରଙ୍କ ତୁଳନାରେ ଅଧିକ। ଦୁଇ ସରକାରଙ୍କ ଲୋକପ୍ରିୟତା ମଧ୍ୟରେ ୯%ର ବ୍ୟବଧାନ ରହିଛି। ୫୨% ଲୋକ ନୀତୀଶ କୁମାରଙ୍କ ସରକାରର କାମରେ ସନ୍ତୁଷ୍ଟ ଥିବା […]

ବିହାର ନିର୍ବାଚନ ପୂର୍ବରୁ ଜନମତ ସର୍ଭେ: ନୀତୀଶ କୁମାରଙ୍କ ତୁଳନାରେ ମୋଦି ଅଧିକ ଲୋକ ପ୍ରିୟ

uj

Advertisment

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲୋକନୀତି-ସିଏସଡିଏସ୍ ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁଯାୟୀ, ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଢେର ଅଧିକ ରହିଛି।

Advertisment

ସେହିପରି ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଲୋକପ୍ରିୟତା ମଧ୍ୟ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାରଙ୍କ ତୁଳନାରେ ଅଧିକ। ଦୁଇ ସରକାରଙ୍କ ଲୋକପ୍ରିୟତା ମଧ୍ୟରେ ୯%ର ବ୍ୟବଧାନ ରହିଛି। ୫୨% ଲୋକ ନୀତୀଶ କୁମାରଙ୍କ ସରକାରର କାମରେ ସନ୍ତୁଷ୍ଟ ଥିବା କଥା କହିଛନ୍ତି। ତେବେ ୬୧% ଲୋକ ମୋଦି ସରକାରଙ୍କ କାମକୁ ପସନ୍ଦ କରିଛନ୍ତି।

୨୦୧୫ ବିଧାନସଭା ନିର୍ବାଚନ ପରେ ହୋଇଥିବା ସର୍ଭେରେ ୭୨% ଲୋକ ମୋଦି ସରକାରଙ୍କ କାମରେ ସନ୍ତୁଷ୍ଟ ଥିବା କହିଥିଲେ। ୨୦୧୯ ଲୋକସଭା ନିର୍ବାଚନ ପରେ ୭୬% ଲୋକ ମୋଦି ସରକାରଙ୍କୁ ସମର୍ଥନ କରିଥିଲେ। ହେଲେ ଏବେ ମୋଦି ସରକାରଙ୍କ ଲୋକପ୍ରିୟତା ୬୧%କୁ ଖସି ଆସିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe