/odisha-reporter/media/post_attachments/uploads/2015/09/377362-narendra-modi-dna.jpg)
narendra-modi-dna
ନୂଆଦିଲ୍ଲୀ : ଆସନ୍ତା ମାସରେ ଆମେରିକାରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆ-ୟୁଏସ ଷ୍ଟାର୍ଟଅପ୍ କନେକ୍ଟ- ୨୦୧୫ରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଣି ଥରେ ମିଠା ମିଠା କଥା କହି ‘ଷ୍ଟାର୍ଟଅପ୍ ଇଣ୍ଡିଆ,ଷ୍ଟାଣ୍ଡ ଅପ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଆରମ୍ଭ କରିବେ ମୋଦି। ଆସନ୍ତା ୨୭ ତାରିଖରେ ଆଇଟି ଇଣ୍ଡଷ୍ଟ୍ରିଜର ନାସୋଚାମ, ଟାଇ ସିଲିକନ୍ ଭ୍ୟାଲି ଓ ଆଇଆଇଏମ ଅହମ୍ମଦାବାଦର ସିଆଇଆଇ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ମୋଦି ସମ୍ବୋଧନ କରିବେ। ଏହା ସହ ଇକୋସିଷ୍ଟମ ଉପରେ ମଧ୍ୟ ମତ ରଖିବେ ମୋଦି। ଇଣ୍ଡିଆ-ୟୁଏସ ଷ୍ଟାର୍ଟଅପ୍ କନେକ୍ଟ-୨୦୧୫ରେ ଭାରତର ୩୦ଟି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ଏଥିରେ ରହିଛି କୃଷି,ସ୍ୱାସ୍ଥ୍ୟ, ଅର୍ଥନୀତି ଓ ବାୟୋ ଟେକ୍ନୋଲୋଜି ପରି ପ୍ରମୁଖ କ୍ଷେତ୍ର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
