Advertisment

ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ ଲଗାତର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତି ୮ଟା ବେଳେ ଦେଶବାସୀଙ୍କୁ ପୁଣି ସମ୍ବୋଧନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଇଁ ଆହ୍ୱାନ ଦେଇଥିଲେ। वैश्विक महामारी कोरोना वायरस के बढ़ते प्रकोप के संबंध में कुछ महत्वपूर्ण बातें […]

ଅଦ୍ୟତନ ହୋଇଛି
ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

MODI

Advertisment

ନୂଆଦିଲ୍ଲୀ: ଦେଶରେ ଲଗାତର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଆଜି ରାତି ୮ଟା ବେଳେ ଦେଶବାସୀଙ୍କୁ ପୁଣି ସମ୍ବୋଧନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ୨୨ ମାର୍ଚ୍ଚରେ ‘ଜନତା କର୍ଫ୍ୟୁ’ ପାଇଁ ଆହ୍ୱାନ ଦେଇଥିଲେ।

Advertisment

ପ୍ରଧାନମନ୍ତ୍ରୀ ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ବିଶ୍ୱ ମହାମାରୀ କରୋନା ଭୂତାଣୁର ବଢ଼ୁଥିବା ପ୍ରକୋପ ସମ୍ବନ୍ଧରେ କିଛି ମହତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ କହିବି। ଆଜି, ୨୪ ମାର୍ଚ୍ଚ ରାତି 8ଟା ବେଳେ ଦେଶକୁ ସମ୍ବୋଧିତ କରିବି।’ ତେବେ କରୋନା ମୁକାବିଲା ସମ୍ବନ୍ଧୀୟ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ସମ୍ବୋଧନ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ବାର୍ତ୍ତା।

Advertisment

ସୂଚନା ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣରେ ୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୫୦୦ ଛୁଇଁବାକୁ ବସିଲାଣି। ଏଭଳି ପରିସ୍ଥିତିରେ ଦେଶର ଅଧିକାଂଶ ରାଜ୍ୟ ଓ ସହରଗୁଡ଼ିକୁ ଲକ୍ ଡାଉନ୍ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ୩୦ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ସମେତ ୬୦୬ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସେହିଭଳି ପଞ୍ଚାବରେ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ ଡାଉନ୍ କରାଯାଇଛି। ଯଦି ବିଶ୍ୱ ସ୍ତରୀୟ କଥା କହିବା, ତେବେ ସାରା ଦୁନିଆରେ ୩ ଲକ୍ଷରୁ ଅଧିକ ଲୋକ କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ହେଲେଣି। ଆଉ ଏହି ମାରାତ୍ମକ ଭୂତାଣୁ ୧୪ ହଜାରୁ ଅଧିକ ଜୀବନ ନେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe