ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଜୟ ହିନ୍ଦ ବୋଲି କହିଛନ୍ତି। देशवासियों को गणतंत्र दिवस की ढेरों शुभकामनाएं। जय हिंद! Wishing all the people of India a Happy #RepublicDay. Jai Hind! — Narendra Modi (@narendramodi) January 26, 2021 […]

Modi

Madhupriya Mistry
  • Published: Tuesday, 26 January 2021
  • , Updated: 26 January 2021, 08:09 AM IST

ନୂଆଦିଲ୍ଲୀ: ଆଜି ଦେଶ ୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି। ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ କରି ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଜୟ ହିନ୍ଦ ବୋଲି କହିଛନ୍ତି।


ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେଉଛି ସାଧାରଣତନ୍ତ୍ର ଦିବସ। ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନିକମାନେ ଭାରତୀୟ ସୈନ୍ୟଙ୍କ ସହ ମିଶି କଦମତାଲ କରିବେ । ସେହିପରି ରାଜଧାନୀ ରାଜରାସ୍ତାରେ ଶକ୍ତି ଦେଖାଇବ ରାଫେଲ ଯୁଦ୍ଧ ବିମାନ, ଫ୍ଲାଇପାଷ୍ଟ କରିବ। ପ୍ରଥମ ଥର ଲଦାଖର ଏକ ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହେବ। ସେହିପରି ପ୍ରଥମ ଥର ମହିଳା ଫାଇଟର ପାଇଲଟ ପରେଡରେ ଯୋଗ ଦେବେ।


ସାଧାରଣନ୍ତ୍ର ଦିବସ ଅବସରରେ ଚତୁର୍ଥ ଥର ପାଇଁ ଏଥର କୌଣସି ମୁଖ୍ୟ ଅତିଥି ରହିବେନି। ଏଥର ମୋଟର ସାଇକେଲ ଷ୍ଟଣ୍ଟ ଦେଖିବାକୁ ମିଳିବିନି। ମହାମାରୀ ସମୟରେ ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥରେ ପରେଡର ଦୂରତାକୁ କମାଇ ଦିଆଯାଇଛି । ୨୫ ହଜାର ଦର୍ଶକ ଏଥର ପରେଡକୁ ଦେଖିବେ। ତେବେ ଚଳିତ ଥର ପରେଡରେ କୌଣସି ବି ବିଦେଶୀ ଅତିଥି ଯୋଗ ଦେଉନାହାନ୍ତି।

Related story