/odisha-reporter/media/post_attachments/uploads/2020/09/modi-1.jpg)
modi-1
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ (@narendramodi_in) ଏବଂ ନରେନ୍ଦ୍ର ମୋଦି ମୋବାଇଲ ଆପ୍ର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ବୁଧବାର ବିଳମ୍ବିତ ରାତିରେ ହ୍ୟାକ୍ ହୋଇଯାଇଥିବା ସୂଚନା ମିଳିଛି। ହ୍ୟାକ୍ ପରେ କୋଭିଡ -୧୯ ମୁକାବିଲା ପାଇଁ ପିଏମ୍ ନ୍ୟାସନାଲ ରିଲିଫ୍ ଫଣ୍ଡକୁ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଫଲୋର୍ସଙ୍କୁ କୁହାଯାଇଥିଲା । ସିରିଜ୍ ଅଫ୍ ଟ୍ୱିଟ୍ ଜାରି କରି cryptocurrency ମାଧ୍ୟମରେ ଅର୍ଥ ରାଶି ସହଯୋଗ କରିବାକୁ କୁହାଯାଇଥିଲା । ପରେ କିନ୍ତୁ ଏହା ହ୍ୟାକରଙ୍କ କାରନାମା ବୋଲି ଧରାପଡ଼ିଥିଲା ।
/odisha-reporter/media/post_attachments/wp-content/uploads/2020/09/twitter.jpg)
ଟ୍ୱିଟର ପକ୍ଷରୁ ମଧ୍ୟ ଏହା ସ୍ପଷ୍ଟ କରାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବ୍ୟକ୍ତିଗତ ୱେବସାଇଟ ହ୍ୟାକ୍ ହୋଇଥିଲା । ଜନ୍ ଓ୍ୱିକ୍ ([email protected]) ପକ୍ଷରୁ ଏହାକୁ ହ୍ୟାକ୍ କରାଯାଇଥିବା ଜଣାପଡିଛି । ଟ୍ୱିଟର ଏହି ଘଟଣାର ଯାଞ୍ଚ ଜାରି ରଖିଥିବା ସୂଚନା ଦେଇଛି।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ୱେବସାଇଟର ଟ୍ୱିଟର ଆକାଉଣ୍ଟ (@narendramodi_in) ର ୨.୫ ମିଲିୟନ ଫଲୋର୍ସ ଅଛନ୍ତି। ଦୁନିଆର ବିଶିଷ୍ଟ ରାଜନେତାଙ୍କ ମଧ୍ୟରେ ସବୁଠୁ ଅଧିକ ଫଲୋ କରାଯାଉଥିବା ଆକାଉଣ୍ଟ ମଧ୍ୟରୁ ଏହା ଅନ୍ୟତମ। @narendramodi_in ରେ ନମୋ ଆପ୍ର ଅପଡେଟସ୍ ମଧ୍ୟ ଦିଆଯାଇଥାଏ।
କିଛି ଦିନ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, Elon Musk, Joe Bidenଙ୍କ ପରି ବିଶିଷ୍ଟ ବ୍ୟକ୍ତିଙ୍କ ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଥିବା ଜଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
