Advertisment

ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ଭୋଧିତ କରିବେ। ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୀର୍ଘ ୬ ଘଣ୍ଟା ଧରି ବୈଠକ କରିବା ପରେ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ଭୋଧିତ କରିବାକୁ ଯାଉଛନ୍ତି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ବିସ୍ତୁତ ଆଲୋଚନା କରିଥିଲେ। ଏହାସହ ଲକଡାଉନ ଅବଧି ବଢ଼ାଇବା ନେଇ ନିଜ ନିଜର ପରାମର୍ଶ ଓ ମତାମତ ଆସନ୍ତା […]

author-image
Pragnya Choudhury
ଅଦ୍ୟତନ ହୋଇଛି
ଆଜି ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ଭୋଧିତ କରିବେ। ଗତକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦୀର୍ଘ ୬ ଘଣ୍ଟା ଧରି ବୈଠକ କରିବା ପରେ ଆଜି ସନ୍ଧ୍ୟା ୮ଟା ବେଳେ ଦେଶବାସୀଙ୍କୁ ସମ୍ଭୋଧିତ କରିବାକୁ ଯାଉଛନ୍ତି।

Advertisment

ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖରେ ଶେଷ ହେବାକୁ ଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ବିସ୍ତୁତ ଆଲୋଚନା କରିଥିଲେ। ଏହାସହ ଲକଡାଉନ ଅବଧି ବଢ଼ାଇବା ନେଇ ନିଜ ନିଜର ପରାମର୍ଶ ଓ ମତାମତ ଆସନ୍ତା ୧୫ ତାରିଖ ସୁଦ୍ଧା କେନ୍ଦ୍ରକୁ ପଠାଇବାକୁ କହିଥିଲେ। ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଉଦବୋଧନ କରିବେ ବୋଲି ପିଏମଓ ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ଥାଉ କି, ମଙ୍ଗଳବାର ସୁଦ୍ଧା ଭାରତରେ କୋଭିଡ୍-୧୯ ମାମଲା ୭୦ ହଜାର ପାର କରିଛି। ତେବେ ୨,୨୯୩ ଆକ୍ରାନ୍ତଙ୍କ ଏନେଇ ମୃତ୍ୟୁ ଘଟିଥିବା ବେଳେ ୨୨,୪୫୪ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩,୬୦୪ ନୂଆ ମାମଲା ସାମ୍ନାକୁ ଆସିଥିବା ବେଲେ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଲକଡାଉନ ଅବଧିକୁ ଆହୁରି ବଢ଼ାଇବାକୁ ବୈଠକରେ ମତ ଦେଇଛନ୍ତି।