କରୋନା ବିରୋଧ ମହାଲଢ଼େଇ, ଆରମ୍ଭ ହେଲା ଟିକାକରଣ

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା ଟିକାକରଣ। ମହାମାରୀ ବିରୋଧରେ ମହାଲେଢ଼ଇ ପାଇଁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆଜି ଆରମ୍ଭ ହୋଇଛି। ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ସାରା ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ  ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବ। ଟିକାକରଣର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଟିକା […]

corona-vaccine-dry-run

corona-vaccine-dry-run

Madhupriya Mistry
  • Published: Saturday, 16 January 2021
  • Updated: 16 January 2021, 11:53 AM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା ଟିକାକରଣ। ମହାମାରୀ ବିରୋଧରେ ମହାଲେଢ଼ଇ ପାଇଁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆଜି ଆରମ୍ଭ ହୋଇଛି। ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ସାରା ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ  ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବ।

ଟିକାକରଣର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ ଟିକା ପ୍ରସ୍ତୁତକାରୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶରେ ଦୁଇ ପ୍ରକାରର ଟିକା ପ୍ରସ୍ତୁତ ହୋଇଛି। ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ। ଟିକା ପ୍ରସ୍ତୁତକାରୀ ପ୍ରଥମ ଟିକା ନେବା ପାଇଁ ହକଦାର।ପ୍ରଥମ ପଯର୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମ ପଯର୍ୟାୟରେ ସମସ୍ତେ ମାଗଣା ଟିକା ନେବେ। ସ୍ବାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀଙ୍କୁ ଅଗ୍ରାଧିକାର ମିଳିବ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତ, ଭାରତରେ ଟିକାକରଣ ସାରା ବିଶ୍ୱରେ ବୃହତ୍ତମ। ବିଶ୍ୱରେ କେବେ କୌଣସି ଠାରେ ଏପରି ଟିକାକରଣ ହୋଇ ନ ଥିଲା। ବିଶ୍ୱରେ ୧୦୦ଟି ଦେଶର ଲୋକଙ୍କ ସଂଖ୍ୟା ୩ କୋଟିରୁ କମ୍। ଭାରତରେ ପ୍ରଥମ ପଯର୍ୟାୟରେ ୩ କୋଟି ଟିକା ଦେବାର ବ୍ୟବସ୍ଥା ହୋଇଛି। ଭାରତ ବିରାଟ ଦେଶ ହୋଇ ବି ଟିକା ପ୍ରସ୍ତୁତ କରି ସାମର୍ଥ ଦେଖାଇଛି।

କୋରାନା ସମୟରେ ଦେଶବାସୀ ଅନୁଭବ କରିଥିବା ଦୁଃଖକୁ ମନେ ପକାଇଛନ୍ତି ମୋଦି। ସେ କହିଛନ୍ତି, ଭାରତ ପ୍ରଥମ ଦେଶ ଭାବେ ଜନତା କର୍ଫ୍ୟୁ ଆରମ୍ଭ କରିଥିଲା। ଜନତା କର୍ଫ୍ୟୁରୁ ଶିକ୍ଷା ମିଳିଲା, ଲକଡାଉନ୍‌, ସଟ୍‌ଡାଉନ୍‌ ହେଲା। ଏହାକୁ ଦେଖି ବିଶ୍ୱର ଅନେକ ଦେଶ ଭାରତୀୟଙ୍କୁ ଅନୁସରଣ କଲେ। ଲକଡାଉନ ଓ ସଟଡାଉନ ଦ୍ୱାରା ଆମକୁ ଅନେକ ଉପକାର ମିଳିଲା। କରୋନା ଅନେକଙ୍କୁ ପରିବାର ଠାରୁ ଦୂରେଇ ଦେଇଥିଲା। ନିଜ ଛୁଆ ପାଖକୁ ମା' ଯାଇପାରୁନଥିଲା। ହସ୍ପିଟାଲରେ ଥିବା ବରିଷ୍ଠଙ୍କୁ ପରିବାର ଲୋକେ ଭେଟି ପାରୁନଥିଲେ। କରୋନା ମୃତକଙ୍କ ଶେଷକୃତ୍ୟ ରିତିନୀତି ମଧ୍ୟ କରିପାରିଲେନି ବୋଲି ମୋଦି କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହା ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ପହଞ୍ଚିସାରିଛି। କେମିତି ଟିକା ଦିଆଯିବ ସେନେଇ ପୂର୍ବରୁ ଦେଶରେ ୩ଟି ପର୍ଯାୟରେ ଡ୍ରାଏ ରନ ସରିଛି । ଟିକାକରଣ କାର୍ଯ୍ୟକ୍ରମର ତଦାରଖ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହି ଅଭିଯାନ ଚାଲିବାକୁ ଥିବା ବେଳେ, ପରବର୍ତ୍ତୀ ସମୟରେ ୫ ହଜାରରୁ ଅଧିକ ଟିକାକରଣ କେନ୍ଦ୍ର ଖୋଲିବ। ଏଥିଲାଗି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ଯାଏଁ ଚାଲିବ ଅପରାହ୍ନ ୫ଟା ମଧ୍ୟରେ ଯେଉଁ ହିତାଧିକାରୀ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିବେ, ଧାର୍ଯ୍ୟ ସମୟ ପରେ ମଧ୍ୟ ସେମାନଙ୍କୁ ଟିକା ପ୍ରଦାନ ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ।  ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ  ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି, କୋଭିଡ ଟିକା ନ ନେବାକୁ ପରାମର୍ଶ ଦିଆଯାଇଛି।  ସେହିପରି ୧୪ ଦିନ ଭିତରେ ଅନ୍ୟ କୌଣସି ଟିକା ନେଇଥିଲେ, କୋଭିଡ୍ ଟିକା ନେଇପାରିବେ ନାହିଁ।

ଅଧିକ ପଢ଼ନ୍ତୁ : ରାତିରେ ଘରେ ଶୋଇଥିଲା ବର୍ଷକର ଛୁଆ, ସକାଳୁ ଖାଲରୁ ମିଳିଲା ମୃତଦେହ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story