Advertisment

ଆଠ ଦିନରେ ବୋଷ ପରିବାରକୁ ପିଏମଓରୁ ଆସିଛି ୭ଟି ଫୋନ୍ କଲ୍

କୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂପର୍କିତ ୬୪ଟି ଫାଇଲକୁ ସାର୍ବଜନୀନ କରିବା ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିବାର ୮ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ବୋଷ ପରିବାରକୁ ଆସିଛି ୭ଟି ଫୋନ୍ କଲ୍। ଏପିରିକି ଶନିବାର ମଧ୍ୟ ନେତାଜୀଙ୍କ ନାତି ଚନ୍ଦ୍ର ବୋଷ୍ ମଧ୍ୟ ପିଏମଓରୁ ଏକ ଫୋନ୍ କଲ୍ ପାଇଥିଲେ। ପିଏମଓ ଅଧିକାରୀମାନେ ଜାଣିବାକୁ ଚାହିଁଛନ୍ତି ବୋଷ ପରିବାର ଆସନ୍ତା ଅକ୍ଟୋବର ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]

ଅଦ୍ୟତନ ହୋଇଛି
ଆଠ ଦିନରେ ବୋଷ ପରିବାରକୁ ପିଏମଓରୁ ଆସିଛି ୭ଟି ଫୋନ୍ କଲ୍

pmo

Advertisment

pmoକୋଲକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂପର୍କିତ ୬୪ଟି ଫାଇଲକୁ ସାର୍ବଜନୀନ କରିବା ନେଇ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିବାର ୮ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ବୋଷ ପରିବାରକୁ ଆସିଛି ୭ଟି ଫୋନ୍ କଲ୍। ଏପିରିକି ଶନିବାର ମଧ୍ୟ ନେତାଜୀଙ୍କ ନାତି ଚନ୍ଦ୍ର ବୋଷ୍ ମଧ୍ୟ ପିଏମଓରୁ ଏକ ଫୋନ୍ କଲ୍ ପାଇଥିଲେ। ପିଏମଓ ଅଧିକାରୀମାନେ ଜାଣିବାକୁ ଚାହିଁଛନ୍ତି ବୋଷ ପରିବାର ଆସନ୍ତା ଅକ୍ଟୋବର ୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ଅବସରରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଯୋଜନା ରଖିଛନ୍ତି। ବୋଷ ପରିବାର ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିବା ପ୍ରସଙ୍ଗଗୁଡ଼ିକୁ ଲିଖିତ ଭାବେ ଆଗତୁରା ଜଣାଇବା ପାଇଁ ପିଏମଓ ପକ୍ଷରୁ କୁହାଯାଇଛି।

Advertisment

ଚନ୍ଦ୍ର ବୋଷ କହିଛନ୍ତି, ଅକ୍ଟୋବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପାଇଁ ଏକ ଏଜେଣ୍ଡା ପ୍ରସ୍ତୁତ କରିବାକୁ ପିଏମଓଙ୍କ ପକ୍ଷରୁ କୁହାଯାଇଛି। ଏହି ସାକ୍ଷତକାର ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଉପସ୍ଥିତ ରହିବେ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ବୋଷ ପରିବାରର ଦାବି ଉପରେ ଗୁରୁତ୍ୱ ଦେଉଥିବା ଭଳି ପ୍ରତ୍ୟୟ ହେଉଛି। ବୋଷ ପରିବାର ଉପରେ ଗୁଇନ୍ଦା ଲଗାଯାଇଥିବା ନେଇ ଉଠିଥିବା ପ୍ରସଙ୍ଗର ତଦନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ବ୍ରିଟିଶ ଓ ରୁଷ ସରକାରଙ୍କ ପାଖରେ ନେତାଜୀଙ୍କ ସଂପର୍କରେ ଅନେକ ଫାଇଲ ରହିଛି। ସେହି ଫାଇଲଗୁଡ଼ିକୁ ରିଲିଜ କରିବା ପାଇଁ ବ୍ରିଟିଶ ଓ ରୁଷ ସରକାରଙ୍କୁ ଚିଠି ଲେଖିବାକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯିବ।

ଚନ୍ଦ୍ର ବୋଷ କହିଛନ୍ତି ଯେ ତାଙ୍କ ପରିବାରର ପ୍ରାୟ ୩୫ ଜଣ ସଦସ୍ୟ ଅକ୍ଟୋବର ୧୪ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କ ସହିତ ୧୪ ଜଣ ଗବେଷକ ଓ ଶିକ୍ଷାବିତ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ପଶ୍ଚିମ ବଙ୍ଗ ସରକାର ନେତାଜୀଙ୍କ ସଂପର୍କିତ ୬୪ଟି ଫାଇଲ୍ ସାର୍ବଜନୀନ କରାଯାଇଛି। ଏହି ଫାଇଲଗୁଡ଼ିକ ପ୍ରାୟ ୧୨ ହଜାର ପୃଷ୍ଠା ହେବ। ଏଥିରୁ ନେତାଜୀଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୋକେ ଜାଣିପାରିବେ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe