Advertisment

ଅଧା ରହିଗଲା ୟେଚୁରୀଙ୍କ ରାଜ୍ୟସଭା ସ୍ୱପ୍ନ

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେଚୁରୀଙ୍କ ରାଜ୍ୟସଭା ଆଶା ପୁଣି ଆଶାରେ ରହିଗଲା। ତୃତୀୟ ଥର ମଧ୍ୟ ତାଙ୍କର ରାଜ୍ୟସଭା ସଦସ୍ୟ ହେବାର ଆଶା ମଉଳିଗଲା। ୟେଚୁରୀ ଓ ତାଙ୍କର ଏହି ଦୀର୍ଘଦିନର ସ୍ୱପ୍ନ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ଏବଂ ଦଳୀୟ ନିୟମ ବାଧକ ସାଜିଲା। ପଶ୍ଚିମବଙ୍ଗର ସିପିଏମ୍ ୟୁନିଟ୍ ଏବଂ କଂଗ୍ରେସର ସହାୟତାରେ ୟେଚୁରୀଙ୍କୁ ରାଜ୍ୟସଭା ପଠାଇବା ନେଇ ପ୍ରସ୍ତାବକୁ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ୟୁନିଟ୍ ଅର୍ଥାତ ପଲଟି ବ୍ୟୁରୋ ଖାରିଜ୍ କରିଦେଇଛି। […]

ଅଦ୍ୟତନ ହୋଇଛି
ଅଧା ରହିଗଲା ୟେଚୁରୀଙ୍କ ରାଜ୍ୟସଭା ସ୍ୱପ୍ନ

Sitaram Yechury

Advertisment

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେଚୁରୀଙ୍କ ରାଜ୍ୟସଭା ଆଶା ପୁଣି ଆଶାରେ ରହିଗଲା। ତୃତୀୟ ଥର ମଧ୍ୟ ତାଙ୍କର ରାଜ୍ୟସଭା ସଦସ୍ୟ ହେବାର ଆଶା ମଉଳିଗଲା। ୟେଚୁରୀ ଓ ତାଙ୍କର ଏହି ଦୀର୍ଘଦିନର ସ୍ୱପ୍ନ ମଧ୍ୟରେ କମ୍ୟୁନିଷ୍ଟ ପାର୍ଟି ଏବଂ ଦଳୀୟ ନିୟମ ବାଧକ ସାଜିଲା। ପଶ୍ଚିମବଙ୍ଗର ସିପିଏମ୍ ୟୁନିଟ୍ ଏବଂ କଂଗ୍ରେସର ସହାୟତାରେ ୟେଚୁରୀଙ୍କୁ ରାଜ୍ୟସଭା ପଠାଇବା ନେଇ ପ୍ରସ୍ତାବକୁ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ୟୁନିଟ୍ ଅର୍ଥାତ ପଲଟି ବ୍ୟୁରୋ ଖାରିଜ୍ କରିଦେଇଛି।

Advertisment

ସୂଚନା ଯେ, ପଶ୍ଚିମବଙ୍ଗର ୫ ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ରେ ନିର୍ବାଚନ ହେବ। ଏଠାର ବିଧାୟକଙ୍କ ଆକଳନ ଅନୁସାରେ ରାଜ୍ୟସଭାର ୪ ଆସନ ନିଶ୍ଚିତ ଭାବେ ଟିଏମସି ହାତକୁ ଆସିବା ଏବଂ ବଳକା ଗୋଟିଏ ଆସନ ଅନ୍ୟ ପାର୍ଟି ହାତେଇବ। ଏହି ବଳକା ଗୋଟିଏ ଆସନକୁ କଂଗ୍ରେସ ଏବଂ ସିପିଆଇଏମ ମିଳିତ ଭାବେ କବଜା କରିବାକୁ ପ୍ରୟାସ କରୁଛନ୍ତି। ତେବେ ୟେଚୁରୀଙ୍କୁ ଦଳ ନିଜ ଦମରେ ରାଜ୍ୟସଭା ପଠାଇବା ଲାଗି ବଙ୍ଗରେ ସିପିଏମ ସମେତ ସମସ୍ତ ବାମପନ୍ଥୀ ଦଳକୁ ମିଶାଇବା ପରେ ମଧ୍ୟ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି।

ଏଭଳି ପରିସ୍ଥିତିରେ ବଙ୍ଗର ବାମ ୟୁନିଟ୍ କଂଗ୍ରେସ ସହାୟତାରେ ୟେଚୁରୀଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରସ୍ତାବ ଦେଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ଫେବୃୟାରୀ ୬ରେ ଦିଲ୍ଲୀସ୍ଥିତ ସିପିଆଇଏମ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ପଲିଟି ବ୍ୟୁରୋର ସଦସ୍ୟମାନେ ଦଳୀୟ ନିୟମାବଳୀର ଦ୍ୱାହି ଦେଇ ଉକ୍ତ ପ୍ରସ୍ତାବକୁ ଖାରିଜ କରିଦେଇଛନ୍ତି। ଏହା ପରେ ୟେଚୁରୀଙ୍କ ରାଜ୍ୟସଭା ଯିବା ସ୍ୱପ୍ନ ତୃତୀୟ ଥର ମଧ୍ୟ ମଉଳିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe