କରୋନାମୁକ୍ତଙ୍କ ପାଇଁ ଗାଇଡଲାଇନ୍‌ ; ‘ଚବନପ୍ରାଶ ଖାଇବା ସହ ହାଲକା ବ୍ୟାୟମ କରନ୍ତୁ’

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ୁଛି। ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ଖାମଖିଆଲି ମନୋଭାବ ପୋଷଣ ନ କରି  ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ।  କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ପରିଚାଳନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ୍‌ ଜାରି କରାଯାଇଛି।  ଏହି  ପ୍ରୋଟୋକଲ୍‌ରେ  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି […]

chab

chab

Niharika Rout
  • Published: Sunday, 13 September 2020
  • Updated: 31 October 2020, 12:16 PM IST

Sports

Latest News

ନୂଆଦିଲ୍ଲୀ: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ୁଛି। ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ ଖାମଖିଆଲି ମନୋଭାବ ପୋଷଣ ନ କରି  ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ।  କରୋନା ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ପରିଚାଳନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରୋଟୋକଲ୍‌ ଜାରି କରାଯାଇଛି।  ଏହି  ପ୍ରୋଟୋକଲ୍‌ରେ  ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସନ୍ତୁଳିତ ଜୀବନଶୈଳୀ , ଖାଦ୍ୟ ପେୟ ଉପରେ ନିୟନ୍ତ୍ରଣ , ବ୍ୟାୟମ ,ଯୋଗ,ପ୍ରାଣାୟମ ନିମନ୍ତେ ପରାମର୍ଶ  ଦିଆଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ପ୍ରୋଟୋକଲ୍‌ରେ ଥିବା ଗାଇଡଲାଇନ୍‌ ହେଉଛି...

  • ପ୍ରତ୍ୟହ ହାଲୁକା ବ୍ୟାୟାମ କରନ୍ତୁ।
  • ସାମର୍ଥ ମୁତାବକ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରନ୍ତୁ।
  • ସବୁବେଳେ ମର୍ଣ୍ଣିଂ ଓ ଇଭିନିଂ ଓ୍ୱାକ୍ କରିବା ସହ ତଟକା ଖାଦ୍ୟ ଖାଆନ୍ତୁ ।
  • ଧୂମପାନ ଓ ମଦ୍ୟପାନଠାରୁ ପୂରା ଦୂରେଇ  ରୁହନ୍ତୁ।
  •  ପର୍ଯ୍ୟାପ୍ତ ସମୟ ନିଦ୍ରା ଯିବା ସହ ବିଶ୍ରାମ ନିଅନ୍ତୁ।
  •  ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ ଓ ଡାଇବେଟିସ୍ ମନିଟରିଂ କରନ୍ତୁ।
  •  ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ମେଡିସିନ୍ ନେବାକୁ ପରାମର୍ଶ ।
  • ଉଷୁମ କ୍ଷୀର ସହ ଅଧଚାମଚ ହଳଦୀ ପକାଇ ସକାଳ, ସନ୍ଧ୍ୟାରେ ପିଇପାରିବେ ।
  • ହଳଦୀ କିମ୍ବା ଲୁଣ ପାଣିରେ କୁଳି କରିପାରିବେ ।
  • ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଦିନକୁ ଥରେ ଚବନପ୍ରାଶ ଖାଇହେବ । ତାସହ ମାସ୍କ ପିନ୍ଧିବା ସହ ସାମାଜିଦ ଦୂରତ୍ୱ ପାଳନ କରିବାକୁ କୁହାଯାଇଛି ।କରୋନା ପରି ମହାମାରୀରୁ ମୁକ୍ତ ହେବା ପରେ ମଧ୍ୟ ଏହିସବୁ ଗାଇଡଲାଇନ୍‌ ମାନିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପରାମର୍ଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos