Advertisment

ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ଦିଲ୍ଲୀ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏପରିକି କରୋନା ଭାଇରସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲକ, ସ୍ପାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ ରଖିବାକୁ କହିଥିଲେ। ଆଜି […]

ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ଦିଲ୍ଲୀ ସରକାରଙ୍କ ପରାମର୍ଶ

b

Advertisment

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭାଇରସକୁ ଦୃଷ୍ଟିରେ କେଜ୍ରିୱାଲ ସରକାର ଲୋକଙ୍କୁ ସଚେତନ ହେବାକୁ ପୁଣିଥରେ ପରାମର୍ଶ ଦେଇଛନ୍ତି। ଏପରିକି କରୋନା ଭାଇରସକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ବାହାଘର କାର୍ଯ୍ୟକ୍ରମ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଦିଲ୍ଲୀରେ ସମସ୍ତ ପ୍ରକାରର ଜିମ, ନାଇଟ କ୍ଲକ, ସ୍ପାକୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଦିଲ୍ଲୀ ସରକାର ସ୍କୁଲ, କଲେଜ ଓ ସିନେମା ହଲ ବନ୍ଦ ରଖିବାକୁ କହିଥିଲେ।

Advertisment

ଆଜି ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, “ଲୋକମାନେ ଯଥା ସମ୍ଭବ ଗୋଟିଏ ସ୍ଥାନରେ ଏକାଠି ହୁଅନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖନ୍ତୁ। ସମସ୍ତେ ସଚେତନ ରୁହନ୍ତୁ ଓ ହାତକୁ ନିୟମିତ ସଫା ରଖନ୍ତୁ।

ଏଣିକି ସମସ୍ତ ପ୍ରକାରର ଜିମ, ସ୍ପା ଓ ନାଇଟ କ୍ଲବ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ। ବାହାଘର ବ୍ୟତୀତ ୫୦ ଜଣ ଲୋକ ଏକାଠି ହେଉଥିବା କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ। ବାହାଘରକୁ ଏହା ମଧ୍ୟରୁ ବାଦ ଦିଆଯାଇଛି। କିନ୍ତୁ ଯଦି କେହି ବାହାଘରକୁ ସ୍ଥଗିତ ରଖିପାରିବେ, ତା’ହେଲେ ସେମାନେ ନିଶ୍ଚିତ ଭାବେ ଏହା କରନ୍ତୁ।

Advertisment

ବାହଘର ସ୍ଥଗିତ ରଖିବାକୁ ଆମେ ନିର୍ଦ୍ଦେଶ ଦେଉନାହୁଁ। କିନ୍ତୁ ସମ୍ଭବ ହେଲେ ସ୍ଥଗିତ ରଖିବାକୁ ଅନୁରୋଧ କରୁଛୁ। ଏହାଦ୍ୱାରା ଆମେ ସମସ୍ତେ ସୁରକ୍ଷିତ ରହିପାରିବା। ସମସ୍ତେ ଏକାଠି ମାରାତ୍ମକ କରୋନା ବିରୋଧରେ ଲଢ଼େଇ କରିବା ଉଚିତ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe