Advertisment

ପ୍ରଧାନମନ୍ତ୍ରୀଙ୍କୁ ଲୋଡ଼ା ଭଲ ପରାମର୍ଶଦାତା: ଭାରତରତ୍ନ ସିଏନଆର ରାଓ

ବେଙ୍ଗଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି। ତାଙ୍କୁ ଦରକାର ଭଲ ପରାମର୍ଶଦାତା। ତା’ହେଲେ ତାଙ୍କ କଳ୍ପନାଗୁଡ଼ିକ ବାସ୍ତବତାରେ ପରିଣତ ହୋଇପାରିବ। ଏକ ଜାତୀୟ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ଏ କଥା କହିଛନ୍ତି ଭାରତରତ୍ନ ବୈଜ୍ଞାନିକ ସିଏନଆର୍ ରାଓ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ଭାବେ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେ ଯାହା କହୁଛନ୍ତି, ସେଥିରେ କିଛି ଭୁଲ୍ ନାହିଁ। ତେବେ ତାଙ୍କ […]

author-image
Rakesh Mallick
ପ୍ରଧାନମନ୍ତ୍ରୀଙ୍କୁ ଲୋଡ଼ା ଭଲ ପରାମର୍ଶଦାତା: ଭାରତରତ୍ନ ସିଏନଆର ରାଓ

cnr_rao

ବେଙ୍ଗଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି। ତାଙ୍କୁ ଦରକାର ଭଲ ପରାମର୍ଶଦାତା। ତା’ହେଲେ ତାଙ୍କ କଳ୍ପନାଗୁଡ଼ିକ ବାସ୍ତବତାରେ ପରିଣତ ହୋଇପାରିବ। ଏକ ଜାତୀୟ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ ଏ କଥା କହିଛନ୍ତି ଭାରତରତ୍ନ ବୈଜ୍ଞାନିକ ସିଏନଆର୍ ରାଓ।

Advertisment

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଶ୍ଚିତ ଭାବେ ଜଣେ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି। ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ସେ ଯାହା କହୁଛନ୍ତି, ସେଥିରେ କିଛି ଭୁଲ୍ ନାହିଁ। ତେବେ ତାଙ୍କ କଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଭଲ ପରାମର୍ଶଦାତାଙ୍କ ଆବଶ୍ୟକତା ରହିଛି। ମୁଁ ଆଶା କରୁଛି ପ୍ରଧାନମନ୍ତ୍ରୀ ଠିକ୍ ପରାମର୍ଶ ପାଇଁ ଠିକ୍ ଲୋକ ରଖିବେ। କାରଣ ଜଣେ ବ୍ୟକ୍ତି ବା ଗୋଟିଏ ମନ୍ତ୍ରଣାଳୟ ଦେଶର ବିଜ୍ଞାନ କ୍ଷେତ୍ରରେ ଅବା ସାମାଜିକ ସ୍ତରରେ ରହିଥିବା ବ୍ୟାପକ ସମସ୍ୟାକୁ ଦୂର କରି ପାରିବ ନାହିଁ।  ଦାରିଦ୍ର୍ୟ ଭଳି ସମସ୍ୟାକୁ ବୈଜ୍ଞାନିକ ଉପାୟରେ ସମାଧାନ କରାଯିବାର ଆବଶ୍ୟକତା ରହିଛି। ଭାରତର ବିକାଶ ପାଇଁ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ବୁଝିବାକୁ ପଡ଼ିବ କେଉଁଗୁଡ଼ିକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବ, କେମିତି ଆଗକୁ ପଡ଼ିବ। ଏସବୁ ପାଇଁ ତାଙ୍କୁ ଭଲ ପରାମର୍ଶଦାତାଙ୍କ ଆବଶ୍ୟକତା ରହିଛି। ଆଶା କରୁଛି ସେ ଉତ୍ତମ ପରାମର୍ଶ ପାଇବେ। ସେ ପରାମର୍ଶ ପାଇଁ ଏକ ଭଲ ଟିମ୍ ରଖିବା ଉଚିତ୍।