Advertisment

ଅମିତ ଶାହଙ୍କ ଭାଷଣକୁ ଲଜ୍ଜାଜନକ କହିଲେ ପ୍ରକାଶ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ଆଉ କରୋନା ସଙ୍କଟ ମଝିରେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ ଭର୍ଚୁଆଲ ରାଲି ଆରମ୍ଭ କରିଦେଇଛନ୍ତି। ତେବେ ଶାହଙ୍କ ଏହି ଭର୍ଚୁଆଲ ରାଲିର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ନେଇ ଅଭିନେତା ପ୍ରକାଶ ରାଜ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଭର୍ଚୁଆଲ ରାଲିର ଭାଇରାଲ ଭିଡିଓରେ ଶାହ କହୁଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କରୋନା ସମୟରେ ୫୧ କୋଟି ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କୋଟି କୋଟି ଟଙ୍କା ପଠାଇଛନ୍ତି। […]

ଅଦ୍ୟତନ ହୋଇଛି
ଅମିତ ଶାହଙ୍କ ଭାଷଣକୁ ଲଜ୍ଜାଜନକ କହିଲେ ପ୍ରକାଶ

prakash-raj

Advertisment

ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ଆଉ କରୋନା ସଙ୍କଟ ମଝିରେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ ଭର୍ଚୁଆଲ ରାଲି ଆରମ୍ଭ କରିଦେଇଛନ୍ତି। ତେବେ ଶାହଙ୍କ ଏହି ଭର୍ଚୁଆଲ ରାଲିର ଏକ ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯାହାକୁ ନେଇ ଅଭିନେତା ପ୍ରକାଶ ରାଜ ତାଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

ଭର୍ଚୁଆଲ ରାଲିର ଭାଇରାଲ ଭିଡିଓରେ ଶାହ କହୁଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କରୋନା ସମୟରେ ୫୧ କୋଟି ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କୋଟି କୋଟି ଟଙ୍କା ପଠାଇଛନ୍ତି। ତେବେ ଏହି ଭିଡିଓକୁ ନେଇ ପ୍ରକାଶ ରାଜ କରିଛନ୍ତି ଶାହଙ୍କୁ ଟାର୍ଗେଟ୍। ସେ ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଭିଡିଓଟି ଶେୟାର କରି ଲୋଖିଛନ୍ତି "କେତେ ଲଜ୍ଜାଜନକ। ଏପରି କି ମିଛ ମଧ୍ୟ ଠିକ୍ ଭାବେ କହିପାରୁ ନାହାନ୍ତି।" ଟ୍ୱିଟରରେ ୟୁଜର୍ସ ପ୍ରକାଶ ରାଜଙ୍କ ଏହି ଶେୟାର ଉପରେ ଖୁବ କମେଣ୍ଟ କରୁଛନ୍ତି।

Advertisment

ପ୍ରକାଶ ଥାଉ କି, ବିଜେପିର ଏହି ଭର୍ଚୁଆଲ ରାଲି ସହ ବିହାର ନିର୍ବାଚନର କୌଣସି ସମ୍ପର୍କ ନାହିଁ ବୋଲି ଶାହ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ହେଲେ ଭର୍ଚୁଆଲ ରାଲି ବେଳେ ଶାହ ବିରୋଧୀଙ୍କୁ ଟାର୍ଗେଟ୍ କରିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିବା ଦେଖିବାକୁ ମିଳିଥିଲା। ଏହାସହ ଜନ ସମ୍ପର୍କ କରିବା ବିଜେପିର ସଂସ୍କାର, କରୋନା ସଙ୍ଗଟ ସମୟରେ ବିଜେପି ତାହା ଭୁଲିପାରିବନି ବୋଲି ଶାହ କହିଥିଲେ।

ପ୍ରକାଶ ରାଜ ହିନ୍ଦୀ ତଥା ତେଲୁଗୁ ସିନେମାରେ ନିଜର ଦମଦାର ଅଭିନୟ ପାଇଁ ଯେତିକି ଚର୍ଚ୍ଚିତ, ନିଜ ଖୋଲାଖୋଲି ବୟାନବାଜୀ ତଥା ମୋଦିଙ୍କୁ ବିରୋଧ କରି ସେତିକି ବିବାଦୀୟ। ସେ ସମୟ ସମୟରେ ରାଜନୈତିକ ପରିସ୍ଥିତିକୁ ନେଇ ନିଜ ଟିପ୍ପଣୀ ଦେଇଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe